ଆଉ ୧୦୬୮ କରୋନା ପଜିଟିଭ, ଗଞ୍ଜାମରୁ ୨୪୫

ଭୁବନେଶ୍ୱର() ଆଜି ରାଜ୍ୟରେ ୧୦୬୮ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୬୬୨ ଜଣ କ୍ୱାରେଣ୍ଟାଇନ୍‌ରେ ଥିବା ବେଳେ ୪୦୬ ରୋଗୀ ସ୍ଥାନୀୟ ସଂକ୍ରମିତ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୯ ହଜାର ୧୭୫କୁ ବୃଦ୍ଧି କରିଛି । ଏ ନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।

ଅନୁଗୁଳରେ ୨୦, ବାଲେଶ୍ୱରରେ ୨୯, ବରଗଡ଼ରେ ୫, ଭଦ୍ରକରେ ୪, ବଲାଙ୍ଗୀରରେ ୨୬, କଟକରେ ୬୧, ଦେବଗଡ଼ରେ ୨, ଢେଙ୍କାନାଳରେ ୧, ଗଜପତିରେ ୮୮, ଗଞ୍ଜାମରେ ୨୪୫, ଜଗତସିଂହପୁରରେ ୩, ଯାଜପୁରରେ ୧୨, ଝାରସୁଗୁଡ଼ାରେ ୧୨, କଳାହାଣ୍ଡିରେ ୧୯, କନ୍ଧମାଳରେ ୧୧, କେନ୍ଦ୍ରାପଡ଼ାରେ ୮, ଖୋର୍ଦ୍ଧାରେ ୧୯୪, କୋରାପୁଟରେ ୬୬, ମାଲକାନାଗିରିରେ ୧, ମୟୂରଭଞ୍ଜରେ ୨୦, ନବରଙ୍ଗପୁରରେ ୨୬, ନୟାଗଡ଼ରେ ୨୯, ନୂଆପଡ଼ାରେ ୧୧, ପୁରୀରେ ୧୬, ରାୟଗଡ଼ାରେ ୨୪, ସମ୍ବଲପୁରରେ ୨୧, ସୋନପୁରରେ ୨, ସୁନ୍ଦରଗଡ଼ରେ ୧୧୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

Share

Leave a Reply

Your email address will not be published. Required fields are marked *

2 × four =