ରାଜଧାନୀରୁ ଆଉ ୨୧ ପଜିଟିଭ

ଭୁବନେଶ୍ୱର()  ମହାନଗର ନିଗମର ୨୧ଜଣ ହୋଇଥିବା ସୂଚନା ମିଳିଛି । ୨୧ଜଣଙ୍କ ମଧ୍ୟରେ ୧୬ଜଣ ସଙ୍ଗରୋଧ କେନ୍ଦ୍ରରୁ ଓ ୫ଜଣ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି ।ଏନେଇ ବିଏମସି ପକ୍ଷରୁ ସୂଚନା ମିଳିଛି ।

ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଥିବା ୫ଜଣଙ୍କ ମଧ୍ୟରେ ସତ୍ୟନଗରର ଜଣେ ୪୮ବର୍ଷୀୟ ମହିଳା, କୋଳଥିଆରୁ ୮୧ବର୍ଷୀୟ ବୃଦ୍ଧ, ଏକ ଘରୋଇ ହସ୍ପିଟାଲରୁ ୪୮ବର୍ଷୀୟ ପୁରୁଷ, ଅନ୍ୟ ଦୁଇ ଜଣ ଚନ୍ଦକାର ୪୦ ବର୍ଷୀୟ ପୁରୁଷ ଓ ୩୫ବର୍ଷୀୟ ମହିଳା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ରାଜଧାନୀ ଭୁବନେଶ୍ୱରରେ ବର୍ତ୍ତମାନ ସୁଦ୍ଧା ୧୨୫୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୬୨୫ଜଣ ସୁସ୍ଥ ହୋଇଛନ୍ତି ଓ ୧୧ଜଣଙ୍କର ମୃତ୍ୟୁ ହୋଇଛି । ଏବେ ୬୧୪ଜଣ ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।

Share

Leave a Reply

Your email address will not be published. Required fields are marked *

15 − five =