ଏଣିକି ସରକାର ପହଞ୍ଚାଇବେ ଘରେ ଘରେ ରାସନ

ନୂଆଦିଲ୍ଲୀ () ଦିଲ୍ଲୀ ସରକାର ବଡ ନିଷ୍ପତ୍ତି ନେଇ ‘ଘର ଘର ରାସନ ଯୋଜନା’କୁ ମଞ୍ଜୁରି ଦେଇଛନ୍ତି । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍ ମଙ୍ଗଳବାର ଏକ ପ୍ରେସ୍ କନଫରେନ୍ସରେ ଏନେଇ ସୂଚନା ଦେଇଛନ୍ତି । ଏହି ଯୋଜନାକୁ ଲାଗୁ ହେବା ପରେ ଲୋକଙ୍କୁ ରାସନ ଦୋକାନକୁ ଯିବାକୁ ପଡିବନି । ସରକାର ଗରିବ ଲୋକଙ୍କୁ ଘରେ ଘରେ ରାସନ ପହଞ୍ଚାଇବେ । ଦିଲ୍ଲୀରେ ପ୍ରତି ମାସରେ ପ୍ରାୟ ୭୨ ଲକ୍ଷ ଲୋକଙ୍କୁ ରାସନର ଫାଇଦା ମିଳିଥାଏ ।

କେଜ୍ରିୱାଲ୍ କହିଛନ୍ତି କି ଯୋଜନା ଲାଗୁ ହେବା ପରେ ଲୋକଙ୍କ ଘରେ ରାସନ ପଠାଯିବ । ସେମାନଙ୍କୁ ରାସନ ଦୋକାନକୁ ଯିବାକୁ ପଡିବନି । ଏହା ଏକ କ୍ରାନ୍ତିକାରୀ ପଦକ୍ଷେପ । ବର୍ଷ ବର୍ଷ ଧରି ଆମର ସ୍ୱପ୍ନ ଥିଲା କି ଗରିବଙ୍କୁ ଉଜ୍ଜତରେ ରାସନ ମିଳିବ । ଆଜି ସେହି ସ୍ୱପ୍ନ ପୂରା ହେବ । କେଜ୍ରିୱାଲ୍ ଆଗକୁ କହିଛନ୍ତି କି ଯେଉଁ ଦିନ ଦିଲ୍ଲୀ ସରକାରଙ୍କ ଘରେ ଘରେ ରାସନ ଯୋଜନା ଆରମ୍ଭ ହେବ ସେହି ଦିନ ଦିଲ୍ଲୀରେ କେନ୍ଦ୍ର ସରକାରଙ୍କ ୱନ୍ ନେସନ୍ ୱନ କାର୍ଡ ଯୋଜନା ଲାଗୁ ହେବ ।

ଦିଲ୍ଲୀବାସୀଙ୍କୁ ବିକଳ୍ପ ଦିଆଯିବ କି ରାସନକୁ ଦୋକାନକୁ ଯାଇ ସେମାନେ ଆଣିବେ କିମ୍ବା ହୋମ୍ ଡେଲିଭରୀ । ହୋମ୍ ଡେଲିଭରୀ ଅନୁସାରେ ଗହମ ବଦଳରେ ଅଟା ଦିଆଯିବ । ଏହି ଯୋଜନା ୬-୭ ମାସରେ ଆରମ୍ଭ ହେବା ନେଇ ଆଶା କରାଯାଉଛି ।

Share

Leave a Reply

Your email address will not be published. Required fields are marked *

5 + 11 =