ଭୁବନେଶ୍ୱରରେ ଆଉ ୧୧ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର() ଭୁବନେଶ୍ୱରରେ ଆଉ ୧୧ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।  ସମସ୍ତ ୧୧ ଜଣ ହୋମ କ୍ୱାରେଣ୍ଟାଇନରେ ଥିଲେ ବୋଲି ବିଏମସି ପକ୍ଷରୁ ସୂଚନା ଦିଆଯାଇଛି ।  ସେମାନଙ୍କ ମଧ୍ୟରୁ ମଞ୍ଚେଶ୍ୱରରୁ ୭ ଜଣ, ବାଣୀବିହାରରୁ ଜଣେ ଓ ୩ ରେଲୱେ କର୍ମଚାରୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।

ରାଜ୍ୟରେ ଆଜି ଆଉ ୧୪୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏବେ ସୁଦ୍ଧା ଆକ୍ରାନ୍ତଙ୍କ ସଂଖ୍ୟା ୫୩୦୩କୁ ବୃଦ୍ଧି ପାଇଛି। ଚିହ୍ନଟ ୧୪୩ ଆକ୍ରାନ୍ତଙ୍କ ମଧ୍ୟରୁ ୧୩୭ କ୍ୱାରେନଟାଇନ କେନ୍ଦ୍ରର ହୋଇଥିବା ବେଳେ ୬ ସ୍ଥାନୀୟ ଅଂଚଳର।

ଏବେ ସୁଦ୍ଧା ରାଜ୍ୟରେ ୫୩୦୩ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୩୭୨୦ ସୁସ୍ଥ , ୧୫୬୨ ଜଣ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି।

Share

Leave a Reply

Your email address will not be published. Required fields are marked *

19 − 9 =