ଗଞ୍ଜାମରେ ମୃତ୍ୟୁ ହୋଇଥିବା ୨ଜଣଙ୍କ ମଧ୍ୟରୁ ଜଣଙ୍କର ନମୁନା ରିପୋର୍ଟ ନେଗଟିଭ

ଭୁବନେଶ୍ୱର() କରୋନାରେ ରାଜ୍ୟରେ ଆଜି ୨ଜଣଙ୍କର ମୃତ୍ୟୁ ହୋଇଥିବା ନେଇ ସୂଚନା ମିଳିଥିଲା । କିନ୍ତୁ ବର୍ତ୍ତମାନ ରାଜ୍ୟ ସରାକର ଏହି ମୃତ୍ୟୁ ରିପୋର୍ଟକୁ ସଂଶୋଧିିତ କରିଛନ୍ତି । ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୫ନୁହେଁ ବରଂ ୪ଜଣଙ୍କର ମୃତ୍ୟୁ ହୋଇଛି । ଗଞ୍ଜାମରେ ମୃତ୍ୟୁ ହୋଇଥିବା ୨ଜଣଙ୍କ ମଧ୍ୟରୁ ଜଣଙ୍କର ନମୁନା ରିପୋର୍ଟ ନେଗଟିଭ ଆସିଛି । ତାଙ୍କର କରୋନାରେ ମୃତ୍ୟୁ ହୋଇନାହିଁ । ରାଜ୍ୟରେ ଏବେ ୮୨୮ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୯୬ଜଣ ସୁସ୍ଥ ହୋଇଛନ୍ତି ଓ ୪ଜଣଙ୍କର ମୃତ୍ୟୁ ହୋଇଛି । ବର୍ତ୍ତମାନ ଓଡ଼ିଶାରେ ୬୨୮ଜଣ ଚିକିତ୍ସିତ ହେଉଛନ୍ତି ।

Share

Leave a Reply

Your email address will not be published. Required fields are marked *

ten + four =