କମ୍ ରହିବ ତୃତୀୟ ଲହରର ପ୍ରଭାବ

ଭୁବନେଶ୍ୱର: ଦ୍ୱିତୀୟ ଲହରର ପ୍ରଭାବ କମି ନଥିବା ବେଳେ ତୃତୀୟ ଲହରକୁ ନେଇ ବହୁ ଆଶା ଆଶଙ୍କା କରାଯାଉଛି । ତେବେ ତୃତୀୟ ଲହରର ପ୍ରଭାବ କମ୍ ରହିବ ବୋଲି ନିରଞ୍ଜନ ମିଶ୍ର । ବିଭିନ୍ନ ଦେଶରେ ତୃତୀୟ ଲହର ଆରମ୍ଭ ହୋଇଥିବା ବେଳେ ଆମ ଦେଶରେ ମଧ୍ୟ ପ୍ରଭାବ ପଡ଼ିବ । ତେବେ ତୃତୀୟ ଲହରର ମୁକାବିଲା କରିବା ଲାଗି ରାଜ୍ୟ ସରକାର ପ୍ରସ୍ତୁତ ଥିବା କହିଛନ୍ତି ନିରଞ୍ଜନ । ସେ କହିଛନ୍ତି କି ତୃତୀୟ ଲହର ଆସିବା ପୂର୍ବରୁ ଟିକାକରଣ ଜୋରଦାର କରିବାକୁ ପଡ଼ିବ । କେନ୍ଦ୍ର ସରକାର ଯେତେ ଟିକା ଦେବେ ଆମେ ସେହି ହିସାବରେ ଦେବୁ । କେନ୍ଦ୍ର ସରକାରଙ୍କ ଗାଇଡ ଲାଇନ୍ ଅନୁସାରେ ଷ୍ଟୋରଏଡ୍ ବ୍ୟବହାର ହେବ । ଯେଉଁମାନଙ୍କୁ ଅକ୍ସିଜେନ ଆବଶ୍ୟକ ତାଙ୍କଠାରେ ଷ୍ଟୋରଏଡ୍ ବ୍ୟବହାର ହେଉଛି । ଏହାର ଭଲ ପ୍ରଭାବ ଓ ଖରାପ ପ୍ରଭାବ ମଧ୍ୟ ରହିଛି । ମଧ୍ୟମରୁ ଗୁରୁତର ରୋଗୀଙ୍କ କ୍ଷେତ୍ରରେ ଏହା ବ୍ୟବହାର ହେଉଛି । ତେବେ ଏହି ଷ୍ଟୋରଏଡ୍ ବ୍ୟବହାରକୁ ନେଇ ଏଭଳି ପ୍ରତିକ୍ରିୟା ରଖିଛନ୍ତି ନିରଞ୍ଜନ ।

Share

Leave a Reply

Your email address will not be published. Required fields are marked *

3 × 3 =