ବିଜେଡ଼ି ଆଡ଼କୁ ମୁହାଁଇଲେ ୪ପଞ୍ଚାୟତ କଂଗ୍ରେସ କମିଟିର ସଭାପତି

ପିପିଲି: ପିପିଲି ନିର୍ବାଚନ ମଣ୍ଡଳୀର ୪ଟି ଗ୍ରାମପଞ୍ଚାୟତର କଂଗ୍ରେସ କମିଟି ସଭାପତି ଆଜି ବିଜୁ ଜନତା ଦଳରେ ସାମିଲ୍ ହୋଇଛନ୍ତି । ପିପିଲି ବ୍ଲକ ଅନ୍ତର୍ଗତ ସରସ୍ୱତୀପୁର ଗ୍ରାମପଞ୍ଚାୟତର କଂଗ୍ରେସ କମିଟି ସଭାପତି ବାଲୁଙ୍କେଶ୍ୱର ମହାପାତ୍ର, ରୁପୁଦେଈପୁର ଗ୍ରାମପଞ୍ଚାୟତର କଂଗ୍ରେସ କମିଟି ସଭାପତି ନୃସିଂହ ବେହେରା, ଯଶୁଆପୁର ଗ୍ରାମପଞ୍ଚାୟତର କଂଗ୍ରେସ କମିଟି ସଭାପତି କାଳୁଚରଣ ପ୍ରଧାନ ଏବଂ ରଥ-ପୁରୁଷୋତ୍ତମପୁର ଗ୍ରାମପଞ୍ଚାୟତର କଂଗ୍ରେସ କମିଟି ସଭାପତି ଜୟନ୍ତ କୁମାର ପରିଡ଼ା ଆଜି ବିଜେଡ଼ିରେ ଯୋଗ ଦେଇଛନ୍ତି ।

ଏମାନଙ୍କ ସହ ଶତାଧିକ କଂଗ୍ରେସ କର୍ମୀ ମଧ୍ୟ ବିଧିବଦ୍ଧ ଭାବେ ବିଜୁ ଜନତା ଦଳରେ ସାମିଲ୍ ହୋଇଛନ୍ତି । ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କ ନେତୃତ୍ୱରେ ଅନୁଷ୍ଠିତ ଆଜିର ଏହି ମିଶ୍ରଣ ପର୍ବରେ ବିଜେଡ଼ି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଓ ବିଧାୟକ ପ୍ରତାପ କେଶରୀ ଦେବ ଉପସ୍ଥିତ ଥିଲେ ।

Share

Leave a Reply

Your email address will not be published. Required fields are marked *

14 + two =