ସଚିନ ତେନ୍ଦୁଲକର କରୋନା ଆକ୍ରାନ୍ତ

ନୂଆଦିଲ୍ଲୀ: ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର କରୋନାରେ ଆକ୍ରାନ୍ତ । ଆଜି ସଚିନ ତେନ୍ଦୁଲକର କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏନେଇ ସେ ଟ୍ୱିଟ୍ ଜରିଆରେ ସୂଚନା ଦେଇଛନ୍ତି । ତାଙ୍କ ପାଖରେ କରୋନାର ସାମାନ୍ୟ ଲକ୍ଷଣ ରହିଥିବା ବେଳେ ଚିକିତ୍ସା ଆରମ୍ଭ ହୋଇ ଯାଇଥିବା ସୂଚନା ଦେଇଛନ୍ତି ସଚିନ | କରୋନା ଚିହ୍ନଟ ପରେ ନିଜକୁ ସଙ୍ଗରୋଧରେ ରଖିଛନ୍ତି ସଚିନ । ଆଉ ଏହାସହ କରୋନାର ସମସ୍ତ ଗାଇଡଲାଇନ ପାଳନ କରୁଥିବା ନେଇ ସୂଚନା ମଧ୍ୟ ଦେଇଛନ୍ତି । ତେବେ ପରିବାରର ଅନ୍ୟ ସଦସ୍ୟଙ୍କର କରୋନା ଟେଷ୍ଟ ହୋଇଥିଲେ ମଧ୍ୟ ସମମସ୍ତଙ୍କର ରିପୋର୍ଟ ନେଗେଟିଭ ଆସିଥିବା ନେଇ ସୂଚନା ଦେଇଛନ୍ତି | ତେବେ ତାଙ୍କର ଚିକିତ୍ସା କରୁଥିବା ସମସ୍ତ ସ୍ୱାସ୍ଥ୍ୟକର୍ମୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ସଚିନ୍ । ନକଟାରେ ବଲିଉଡ ଅଭିନେତା ଅମିର ଖାନ୍ ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଥିଲେ |

Share

Leave a Reply

Your email address will not be published. Required fields are marked *

4 × 5 =