ଗଡିଲା ‘ମୋ ବସ’

ଭୁବନେଶ୍ବର () : ସ୍ମାର୍ଟ ସିଟି ଭୁବନେଶ୍ବରରେ ଆରମ୍ଭ ହେଲା ମୋ ବସ ସେବା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ସେବାର ଲୋକାର୍ପଣ କରିଛନ୍ତି। ପ୍ରଥମ ପର୍ଯ୍ୟାୟରେ100 ଟି ବସ 9ଟି ରୁଟ ରେ ଚାଲିବ। ଯାତ୍ରୀଙ୍କ ପାଇଁ ମୋ ବସରେ ୱାଇଫାଇ, ସ୍ବୟଂ ଚାଳିତ ଡୋର, ସିସିଟିଭି, ଜିପିଏସ ଟ୍ରାକିଂ, ବୈଦୁତିକ ଟିକେଟ ମେସିନ, ଡିସପ୍ଲେ ବୋର୍ଡ, ମହିଳା କଣ୍ଡକଟର, ସ୍ବୟଂଚାଳିତ ଷ୍ଟପେଜ ଆନାଉନ୍ସମେଣ୍ଟ ବ୍ୟବସ୍ଥା ଭଳି ଅତ୍ୟାଧୁନିକ ସେବା ମାନ ଉପଲବ୍ଧ ହେବ।

ଭୁବନେଶ୍ବରକୁ ଦୁଇଟି ପ୍ୟାକେଜରେ ବିଭକ୍ତ କରାଯାଇଛି  । ପ୍ରଥମତଃ ପ୍ୟାକେଜରେ ଭୁବନେଶ୍ବରରେ 50 ଟି  ଷ୍ଟାଣ୍ଡର୍ଡ ଏସି ବସ ଓ 50 ଟି ନନ ଏସି ବସ ଚାଲିବ। ପ୍ୟାକେଜ ଦୁଇରେ 100 ଟି ନନ ଏସି ବସ 9ଟି ରୁଟରେ ଚାଲିବ। ଯାତ୍ରୀ ଓ ବରିଷ୍ଠ ନାଗରିକଙ୍କ ପାଇଁ ଦିନିକିଆ, ସପ୍ତାହିକ ଓ ମାସିକିଆ ପାସ ସହିତ ବସ ଭଡା ମଧ୍ୟ ସାଧାରଣ ଲୋକଙ୍କୁ ସୁହାଇଲା ଭଳି ବ୍ୟବସ୍ଥା କହାଯାଇଛି । ହକି ମହାକୁମ୍ଭର ଅବ୍ୟବହିତ ପୂର୍ବରୁ ମୋ ବସ ସେବା ଲୋକମାନଙ୍କ ପାଇଁ ବହୁ ସୁବିଧା ଯୋଗାଇଦେବା ସହ ଯାତ୍ରୀଙ୍କ ଗମାନଗମରେ ଭିଡକୁ ନିୟନ୍ତ୍ରିତ କରିବାରେ ସହାୟକ ହେବ ବୋଲି କହିଛନ୍ତି ନଗର ଉନ୍ନୟନ ମନ୍ତ୍ରୀ ନିରଞ୍ଜନ ପୂଜାରୀ।

ଅଗାମୀ ଦିନରେ ସବୁ ଷ୍ଟପେଜରେ ଯାତ୍ରୀ ବିଶ୍ରାମଗାର ହେବ ବୋଲି ନଗର ଉନ୍ନୟନମନ୍ତ୍ରୀ କହିଛନ୍ତି। ମୋ ବସ ସେବାରେ ସବୁ ଅତ୍ୟାଧୁନିକ ବ୍ୟବସ୍ଥା ରହିବ ଏବଂ ଅଗାମୀ ଦିନରେ ଏ ସେବାକୁ ଆହୁରି ଶୃଙ୍ଖଳିତ କରାଯିବ ବୋଲି କହିଛନ୍ତି ରାଜ୍ୟ ପରିବହନ ମନ୍ତ୍ରୀ ଡ଼ା ନୃସିଂହ ସାହୁ କହିଛନ୍ତି।

Share

Leave a Reply

Your email address will not be published. Required fields are marked *

two + seventeen =