ମୁକୁଳା ଡ୍ରେନରେ ପଡ଼ି ୯ ବର୍ଷୀୟ ବାଳକ ମୃତ

ଜୀବନ ନେଲା ମୁକୁଳା ଡ୍ରେନ। ଗୁଡି ଉଡାଇବାକୁ ଯାଇ ଚାଲିଗଲା ଜୀବନ। କାନ୍ଦ ବୋବଳିରେ ଫାଟିପଡିଛି ପୂରା ଅଞ୍ଚଳ। ଏଭଳି ଅଭାବନୀୟ ଘଟଣା ଘଟିଛି କଟକରେ। ସୂଚନା ଅନୁସାରେ ଗତକାଲି ଅପରାହ୍ନରେ ବିଡାନାସୀ ବନ୍ଧ ଛକ ଅଞ୍ଚଳର ଜଣେ ୯ ବର୍ଷୀୟ ବାଳକ ଗୁଡି ଉଡାଉଥିଲା। ହେଲେ ଡ୍ରେନଟି ମୁକୁଳା ଥିବା ଜାଣି ନ ପରି ପିଲାଟି ଡ୍ରେନରେ ପଡ଼ି ଯାଇଥିଲା। ଦୀର୍ଘ ସମୟ ପର୍ଯ୍ୟନ୍ତ କେହି ଦେଖି ନ ପାରିବାରୁ ପିଲାଟି ଡ୍ରେନରେ ପଡ଼ି ରହିଥିଲା। ପରିବାର ଲୋକେ ବହୁ ଖୋଜାଖୋଜି ପରି ଡ୍ରେନରୁ ପିଲାଟିକୁ ଉଦ୍ଧାର କରି ମେଡିକାଲ ନେଇଥିଲେ। ମାତ୍ର ଡାକ୍ତର ସେଠାରେ ପିଲାଟିକୁ ମୃତ ଘୋଷଣା କରିଥିଲେ। ଏହି ଘଟମାକୁ ନେଇ ସିଏମସିକୁ ଦାୟୀ କରିଛନ୍ତି ପରିବାର ଓ ସମ୍ପର୍କୀୟ।

Share

Leave a Reply

Your email address will not be published. Required fields are marked *

two + 16 =