ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କ ବଡଭଉଣୀ

ନବୀନ ନିବାସରେ ପହଂଚିଲେ ମୁଖ୍ୟମନ୍ତ୍ରୀଙ୍କ ବଡଭଉଣୀ ଗୀତା ମେହଟା । ଟିକେଟ୍ ପାଇଁ କସରତ ଚାଲିଥବା ବେଳେ ଗୀତା ପହଂଚିଥିବା ବେଳେ ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା । ଟିକେଟ ବଂଟନରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିପାରେ ବୋଲି ରାଜନୈତିକ ମହଲରେ ଆଲୋଚନା ହେଉଛି । ପୂର୍ବରୁ ମଧ୍ୟ ବିଭିନ୍ନ ସମୟରେ ନବୀନ ନିବାସ ଆସି ଗୀତା ମେହଟା ବିଭିନ୍ନ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଆଲୋଚନା କରିଥାନ୍ତି ।

ଏପରିକି ଉଭୟଙ୍କ ମଧ୍ୟରେ ରାଜନୈତିକ ଆଲୋଚନା ମଧ୍ୟ ହୁଏ ବୋଲି କୁହାଯାଏ । ପଦ୍ମ ପୁରସ୍କାର ପାଇଁ ତାଙ୍କ ନାଁ ମନୋନିତ ହୋଇଥିଲେ ମଧ୍ୟ ଏହାକୁ ବିନମ୍ରତାର ସହ ପ୍ରତ୍ୟାକ୍ଷାନ କରିଥିଲେ ଗୀତା ମେହଟା । ଏବଂ ନିର୍ବାଚନୀ ମାହୋଲରେ ଏହା ଭୁଲ୍ ବାର୍ତା ଦେଇପାରେ ବୋଲି କହି ଗୀତା ମେହଟା ପଦ୍ମଶ୍ରୀ ସମ୍ମାନ ଗ୍ରହଣ କରିବା ପାଇଁ ବିନମ୍ରତାର ସହ ମନା କରିଦେଇଥିଲେ ।

Share

Leave a Reply

Your email address will not be published. Required fields are marked *

18 − eleven =