ଧର୍ମଶାଳାରେ କଳ୍ପତରୁଙ୍କୁ ଝୁରିଲେ ନବୀନ, ପ୍ରଣବଙ୍କ ପାଇଁ ଆଶୀର୍ବାଦ ମାଗିଲେ

ଯାଜପୁର: ଆସନ୍ତା ସାଧାରଣ ନିର୍ବାଚନ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜିଠାରୁ ବିଧିବଦ୍ଧ ଭାବେ ନିର୍ବାଚନ ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି । ଆଜି ଯାଜପୁର ଜିଲ୍ଲାରେ ବିଭିନ୍ନ ସରକାରୀ କାର୍ଯ୍ୟକ୍ରମର ଉଦ୍ଘାଟନ ଓ ଶିଳାନ୍ୟାସ ଉତ୍ସବରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ସପକ୍ଷରେ ଭୋଟଦେବାକୁ ଧର୍ମଶାଳାବାସୀଙ୍କୁ ଆହ୍ୱାନ କରିଛନ୍ତି ।

ଧର୍ମଶାଳାର ଜାରକା ଛକରେ ମୁଖ୍ୟମନ୍ତ୍ରୀ ବିଭିନ୍ନ ସରକାରୀ ଯୋଜନାର ଉଦ୍ଘାଟନ ଓ ଶିଳାନ୍ୟାସ ସହ ଏକ ସାଧାରଣ ସଭାକୁ ସମ୍ବୋଧିତ କରିଥିଲେ । ଏହି ଅବସରରେ ସେ କହିଥିଲେ ଯେ, ବିଜେଡିର ପୂର୍ବତନ ସାଂସଦ ଓ ମନ୍ତ୍ରୀ ସ୍ୱର୍ଗତ କଳ୍ପତରୁ ଦାସ ଜଣେ ଜନପି୍ରୟ ନେତା ଥିଲେ । ସେ ଧର୍ମଶାଳା ନିର୍ବାଚନମଣ୍ଡଳୀ ପାଇଁ ବହୁ ଉନ୍ନୟନମୂଳକ କାର୍ଯ୍ୟ କରିଛନ୍ତି । ତାଙ୍କ ପରେ ତାଙ୍କ ଆସନକୁ ପ୍ରତିନିଧିତ୍ୱ କରୁଥିବା ପ୍ରଣବ ବଳବନ୍ତରାୟ ମଧ୍ୟ ବାପାଙ୍କ ପଦାଙ୍କ ଅନୁସରଣ କରିଛନ୍ତି । ସେ ମଧ୍ୟ ଜଣେ ଭଲ ଲୋକପ୍ରତିନିଧି । ତାଙ୍କୁ ଆପଣମାନେ ଆସନ୍ତା ସାଧାରଣ ନିର୍ବାଚନରେ ଆଶୀର୍ବାଦ କରନ୍ତୁ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

ଏଥିସହିତ ରାଜ୍ୟର ବିକାଶ ପ୍ରକି୍ରୟାରେ ଧର୍ମଶାଳାର ଯୋଗଦାନକୁ ସେ ପ୍ରଶଂସା କରିଥିଲେ । ରାଜ୍ୟ ସରକାର ଗ୍ରାମୀଣ ବିକାଶ ସହ ବିକାଶ ପ୍ରକ୍ରିୟାରେ ସାଧାରଣ ଲୋକଙ୍କ ଯୋଗଦାନକୁ ଉତ୍ସାହିତ କରିବା ପାଇଁ ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ । ଏହି କାର୍ଯ୍ୟକ୍ରମରେ ଧର୍ମଶାଳା ନିର୍ବାଚନ ଭଳି ସାରା ରାଜ୍ୟରେ ରେକର୍ଡ କରିଛି । ୨୦୦ ଦିନରେ ୨୪୩ଟି ପ୍ରକଳ୍ପକୁ କାର୍ଯ୍ୟକାରୀ କରିବାରେ ଧର୍ମଶାଳା ସବୁଠାରୁ ଆଗରେ ରହିଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

ମୁଖ୍ୟମନ୍ତ୍ରୀ ଆଜି ଯାଜପୁର ଗସ୍ତ କରି ବିଭିନ୍ନ ଜନହିତକାରୀ ପ୍ରକଳ୍ପର ଶିଳାନ୍ୟାସ ଏବଂ ଉଦଘାଟନ କରିଛନ୍ତି । ମୁଖ୍ୟମନ୍ତ୍ରୀ ପ୍ରଥମେ ବିଞ୍ଝାରପୁର ବ୍ଲକ୍ ଗସ୍ତ କରି ୩୮ କୋଟି ଟଙ୍କାର ୫ଟି ପ୍ରକଳ୍ପର ଶୁଭ ଉଦଘାଟନ କରିଛନ୍ତି । ସେହିପରି ୩କୋଟି ଟଙ୍କାର ୨ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ମଧ୍ୟ ସ୍ଥାପନ କରିଛନ୍ତି । ସେହିଭଳି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଧର୍ମଶାଳା ଗସ୍ତରେ ଯାଇ ୪୫୭ କୋଟି ଟଙ୍କାର ୨୪୫ଟି ପ୍ରକଳ୍ପର ଶୁଭ ଉଦ୍ଘାଟନ କରିଛନ୍ତି । ଏହା ସହିତ ମୁଖ୍ୟମନ୍ତ୍ରୀ ୨୩ କୋଟି ୭୦ ଲକ୍ଷ ଟଙ୍କାର ୯ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ମଧ୍ୟ ସ୍ଥାପନ କରିଛନ୍ତି ।

ଏହି ଅବସରରେ ଆୟୋଜିତ ଜନସମାବେଶକୁ ଉଦ୍ବୋଧନ ଦେଇ ମୁଖ୍ୟମନ୍ତ୍ରୀ କାଳିଆ ଯୋଜନା ଉପରେ ଗୁରୁତ୍ୱ ଦେଇଛନ୍ତି । କାଳିଆ ଯୋଜନାରେ ରାଜ୍ୟର ସମସ୍ତ ଚାଷୀ ଉପକୃତ ହୋଇଥିବା ମୁଖ୍ୟମନ୍ତ୍ରୀ ପ୍ରକାଶ କରିଛନ୍ତି । ରାଜ୍ୟର ଜଣେ ହେଲେ ବି ଚାଷୀ ଯେପରି ଏହି ଯୋଜନାରୁ ବଞ୍ଚିତ ନ ରହିବେ, ସେ ନେଇ ରାଜ୍ୟ ସରକାର ନଜର ରଖିଛନ୍ତି । ଏହି ଯୋଜନା ଦ୍ୱାରା ରାଜ୍ୟର ସମସ୍ତ ଚାଷୀ, ଭୂମିହୀନ ଓ କ୍ଷୁଦ୍ରଚାଷୀ ବେଶ ଉପକୃତ ହୋଇପାରୁଛନ୍ତି । ରାଜ୍ୟ ସରକାରଙ୍କ ପକ୍ଷରୁ ସେମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯାଉଛି ଚାଷୀଙ୍କୁ ବିନା ସୁଧରେ ଋଣ ଯୋଗାଇ ଦିଅ ।ଯାଉଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି ।

Share

Leave a Reply

Your email address will not be published. Required fields are marked *

4 × two =