ଚାଷୀ ପିଲାଙ୍କ ଉଚ୍ଚଶିକ୍ଷା ଦାୟୀତ୍ୱ ନେଲେ ସରକାର

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସଚିବାଳୟରେ କାଳିଆ ସ୍କଲରାସିପ୍ ଯୋଜନାର ୱେବ ପୋର୍ଟାଲ୍ ଓ ଲୋଗୋ ଉନ୍ମୋଚନ କରିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଏହି ସ୍କଲାରସିପ୍ ଯୋଜନା ଦ୍ୱାରା ଚାଷୀ ପରିବାରର ପିଲାମାନେ ଡାକ୍ତର, ଇଞ୍ଜିନିୟର, କୃଷି ବୈଜ୍ଞାନିକ ଓ ବିଭିନ୍ନ ବୈଷୟିକ ତଥା ବୃତ୍ତିଗତ ଶିକ୍ଷା ଲାଭ କରିପାରିବେ । ପିଲାଙ୍କ ଉନ୍ନତି ହେଲେ ଚାଷୀ ଭାଇମାନଙ୍କ ଉନ୍ନତି ଓ ଓଡିଶାର ଉନ୍ନତି ହୋଇପାରିବ । କାଳିଆ ଯୋଜନାର ହିତାଧିକାରୀଙ୍କ ପିଲାମାନେ ଏହାର ସୁବିଧା ନେବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି ।

କାଳିଆ ଯୋଜନାରେ ୧୬ ଲକ୍ଷରୁ ଅଧିକ ଚାଷୀ ପ୍ରଥମ ପର୍ଯ୍ୟାୟରେ ୫ ହଜାର ଟଙ୍କା ଲେଖାଏଁ ପାଇଛନ୍ତି । ଚାଷୀ ପରିବାରର ଦୀର୍ଘସ୍ଥାୟୀ ବିକାଶକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସେମାନଙ୍କ ପିଲାଙ୍କ ପାଇଁ କାଳିଆ ସ୍କଲାରସିପ୍ ଯୋଜନା ଆରମ୍ଭ କରିଛନ୍ତି । ରାଜ୍ୟର ବିଭିନ୍ନ ସରକାରୀ, ବୈଷୟିକ ଓ ବୃତ୍ତିଗତ ଶିକ୍ଷାନୁଷ୍ଠାନରେ ଯୋଗ୍ୟତା ଆଧାରରେ ସ୍ଥାନ ପାଇଥିବା ଚାଷୀ ପରିବାରର ପିଲାମାନଙ୍କ ସମସ୍ତ ଶିକ୍ଷାଗତ ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ ।

http://kalia.co.in/scholarship ଜରିଆରେ ଯୋଗ୍ୟ ଛାତ୍ରଛାତ୍ରୀମାନେ ସ୍କଲାରସିପ୍ ଯୋଜନାରେ ସାମିଲ ହୋଇପାରିବେ । ଏହି କାର୍ଯ୍ୟକ୍ରମରେ ଅର୍ଥ ଓ କୃଷି ମନ୍ତ୍ରୀ ଶଶୀଭୂଷଣ ବେହେରା, ମୁଖ୍ୟ ଶାସନ ସଚିବ ଓ ବିଭିନ୍ନ ବିଭାଗର ପ୍ରମୁଖ ସଚିବ ମାନେ ଉପସ୍ଥିତ ଥିଲେ ।

Share

Leave a Reply

Your email address will not be published. Required fields are marked *

nineteen − eleven =