ହୁକିଟୋଲାର ଦୁଇ ସାହାସୀ ଭଉଣୀଙ୍କୁ ନବୀନ କଲେ ସମ୍ବର୍ଦ୍ଧିତ

ଭୁବନେଶ୍ବର () ମହାକାଳପଡା ହୁକିଟୋଲା ଡଙ୍ଗାବୁଡି ଘଟଣାରେ ଅସୀମ ସାହସ ଓ ବୁଦ୍ଧମତାର ପରିଚୟ ଦେଇ ଅନେକ ମୂଲ୍ୟବାନ ଜୀବନ ବଂଚାଇଥିବା ପୂର୍ଣ୍ଣିମା ଗିରି ଓ ସିବିତା ଗିରିଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନବୀନ ନିବାସରେ ସମ୍ବର୍ଦ୍ଧିତ କରିଛନ୍ତି । ସେମାନଙ୍କ ସାହସର ଉଚ୍ଚ ପ୍ରଶଂସା କରି ମୁଖ୍ୟମନ୍ତ୍ରୀ ସେମାନଙ୍କୁ ପୁସ୍ତକ, ଶିକ୍ଷା ସାମଗ୍ରୀ, ପ୍ରଶଂସାପତ୍ର ପ୍ରଦାନ କରିଥିଲେ ।

ସେମାନଙ୍କ ଉଚ୍ଚଶିକ୍ଷା ପାଇଁ ପଦକ୍ଷେପ ନିଆଯିବା ସହ ସେମାନଙ୍କୁ ଆର୍ଥିକ ପୁରସ୍କାର ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ମୁଖ୍ୟମନ୍ତ୍ରୀ ପୁର୍ଣ୍ଣିମା ଓ ସବିତାଙ୍କ ସହ ପ୍ରଥମେ ସେମାନଙ୍କ ପାଠପଢା, ସେ ଦିନର ସାହସିକ କାର୍ଯ୍ୟ ଓ ଅନ୍ୟାନ ବିଷୟରେ ଆଲୋଚନା କରିଥିଲେ । ଏହି ସମ୍ବର୍ଦ୍ଧନା ସମୟରେ ପୂର୍ବତନ ବିଧାୟକ ତଥା ମହାକାଳପଡା ବିଧାୟକ ଅତନୁ ସବ୍ୟସାଚୀ ନାୟକ ଉପସ୍ଥିତ ଥିଲେ ।

Share

Leave a Reply

Your email address will not be published. Required fields are marked *

5 + 16 =