ଚାକିରି ଦେବା ନାଁ ରେ ୨୦ ଲକ୍ଷ ଠକେଇ

ଜୟପୁର: ଚାକିରୀ ଦେବା ନାଁରେ ଜୟପୁରରେ ବଡ ଧରଣର ଠକେଇ। ପ୍ରାୟ ୧୦୦ ଜଣଙ୍କ ଠାରୁ ୨୦ ଲକ୍ଷ ଟଙ୍କା ଠକେଇ ହୋଇଥିବା ଅଭିଯୋଗ ହୋଇଛି । ଅଭିଯୋଗ ଆଧାରରେ ସୁବାଷ ଚୌଧୁରୀଙ୍କୁ ପୋଲିସ ଗିରଫ କରିଛି । ତାଙ୍କ ଠାରୁ ୧୪ ଲକ୍ଷ ୭୪ ହଜାର ୯୫୦ ଟଙ୍କା ଜବତ କରାଯାଇଛି । ଏହା ସହ ନକଲି ନିଯୁକ୍ତି ପତ୍ର,କମ୍ପ୍ୟୁଟର,ପ୍ରିଣ୍ଟର ସହ ଷ୍ଟାମ୍ପ ମଧ୍ୟ ଜୟପୁର ଟାଉନ ପୋଲିସ ଜବତ କରିଛି ।
ଜୟପୁର ଲିଙ୍ଗରାଜ ନଗରରେ ସୁବାଷ ଅଫିସ ଖୋଲି ଫେସବୁକରେ ଶିକ୍ଷକ ନିଯୁକ୍ତି ନାଁରେ ବିଜ୍ଞାପନ ଦେଇ ଏପରି ଠକେଇ କରିଛନ୍ତି । ୧୦୦ ରୁ ଉର୍ଦ୍ଧ୍ବ ଯୁବକ ଯୁବତୀ ଜଣଙ୍କ ପିଛା ୨୦ ହଜାର ଟଙ୍କା ସିକ୍ୟୁରିଟ ଡିପୋଜିଟ ବାବଦକୁ ଦେଇଥିଲେ। ଏଥିସହ ଯୁବକ ଯୁବତୀଙ୍କୁ ମାସିକ ୭ ହଜାର ଟଙ୍କା ଦରମା ଦେବାର ପ୍ରଲୋଭନ ଦେଖା ଯାଇଥିଲା । ତେବେ ନକଲି ନିଯୁକ୍ତି ପତ୍ରରେ ଏସବୁ ନିଯୁକ୍ତି ଜଣା ପଡିବା ପରେ ପୋଲିସ କାର୍ୟ୍ୟାନୁଷ୍ଠାନ ଆରମ୍ଭ କରିଛି । ତେବେ ଏହି ଠକେଇର ନେଟୱର୍କ ଭୁବନେଶ୍ୱର ଯାଏଁ ଲମ୍ବିଥିବା ବେଳେ ମୁଖ୍ୟ ଅଭିଯୁକ୍ତକୁ ପୋଲିସ ଖୋଜୁଛି ।

Share

Leave a Reply

Your email address will not be published. Required fields are marked *

20 + twelve =