Friday, October 30, 2026
Latestରାଜ୍ୟ

ବିଦ୍ୟୁତ୍ ଖିଲାପକାରୀଙ୍କୁ ଆଉ ୧୦ ଦିନର ମହଲତ

ଭୁବନେଶ୍ୱର() ୧୦ ଦିନ ପାଇଁ ବିଦ୍ୟୁତ୍ ଦେୟ ଖିଲାପକାରୀଙ୍କୁ ଦେୟ ପୈଠ ପାଇଁ ମହଲତ ଦେଲା ସେସୁ। ଆସନ୍ତା ୧୬ ତାରିଖ ପର୍ୟ୍ୟନ୍ତ ଖିଲାପକାରୀଙ୍କ ବିଦ୍ୟୁତ୍ କାଟ ହେବନି। ଏହି ସମୟ ମଧ୍ୟରେ ଦେୟ ପୈଠ ନକଲେ ପୁଣି ବିଦ୍ୟୁତ୍ କାଟ ହେବ ବୋଲି ସେସୁ ସିଇଓ ଅରୁଣ ବୋଥ୍ରା କହିଛନ୍ତି।

ବୋଥ୍ରା କହିଛନ୍ତି ଯେ, ଅଦ୍ୟାବଧି ୭୨ କୋଟି ୭୬ ଲକ୍ଷ ବକେୟା ଆଦାୟ ହୋଇଛି। ୨୧ ହଜାର ୩୩୯ ଜଣ ଦେୟ ଖିଲାପକାରୀଙ୍କ ବିଦ୍ୟୁତ୍ କଟାଯାଇଛି। ମୋଟ୍ ୭ ଲକ୍ଷ ଲୋକଙ୍କ ଉପରେ ବକେୟା ରହିଛି। ଆସନ୍ତା ୧୬ ତାରିଖ ପର୍ୟ୍ୟନ୍ତ ଦେୟ ପୈଠ ନକଲେ ପୁଣି ଥରେ ବିଦ୍ୟୁତ୍ କଟା ଆରମ୍ଭ ହେବ ବୋଲି ସେ କହିଛନ୍ତି।
ଉଲ୍ଲେଖଯୋଗ୍ୟ, ବିଦ୍ୟୁତ୍ ଖିଲାପକାରୀଙ୍କ ବିଜୁଳି କାଟ ଜାନୁଆରୀ ୧୬ରୁ ଆରମ୍ଭ ହୋଇଥିଲା। ଏହା ପୂର୍ବରୁ ସେମାନଙ୍କୁ ଜାନୁଆରୀ ୧୫ ସୁଦ୍ଧା ଦେୟ ପୈଠ କରିବାକୁ ସେସୁ ପକ୍ଷରୁ ସମୟ ଦିଆଯାଇଥିଲା। ମାତ୍ର ଆଶା ମୁତାବକ ବିଜୁଳି ଖିଲାପକାରୀ ଦେୟ ପୈଠ କରିନଥିଲେ। ଫଳରେ ସେସୁ ଜାନୁଆରୀ ୧୬ରୁ ବିଜୁଳି କାଟିବା ସହିତ ବିଲ୍ ସଂଗ୍ରହ କରିଥିଲା।

Share

Leave a Reply

Your email address will not be published. Required fields are marked *

four × 2 =