ଆଜିଠୁ ୧୫ ଯାଏଁ କ୍ଷତିଗ୍ରସ୍ତ ଅଞ୍ଚଳ ପରିଦର୍ଶନ କରିବ କେନ୍ଦ୍ରୀୟ ଟିମ୍

ଭୁବନେଶ୍ବର () ଆଜିଠୁ ୧୫ ତାରିଖ ମଧ୍ୟରେ କ୍ଷତିଗ୍ରସ୍ତ ଅଞ୍ଚଳ ପରିଦର୍ଶନ କରିବକେନ୍ଦ୍ର ସରକାରଙ୍କ ଆନ୍ତଃମନ୍ତ୍ରୀ ସ୍ତରୀୟ ଟିମ ।କେନ୍ଦ୍ରୀୟ ଟିମ୍ ତୁରନ୍ତ ଆସିବେ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତ ୬ ତାରିଖରେ ଓଡ଼ିଶାରେ ବାତ୍ୟା ସ୍ଥିତିର ସମୀକ୍ଷା ପରେ ପ୍ରତିଶ୍ରୁତି ଦେଇଥିଲେ ।

ପ୍ରାକୃତିକ ବିପର୍ୟ୍ୟର ମୁକାବିଲା ନେଇ କେନ୍ଦ୍ରକୁ ୧୭ ହଜାର କୋଟି ଟଙ୍କା ମାଗିଛନ୍ତି ଓଡିଶା ସରକାର । ଏନେଇ ପ୍ରଧାନମନ୍ତ୍ରୀଙ୍କ ନିକଟରେ ଦୀର୍ଘ ମିଆଦି ସହାୟତା ଦାବି କରିଛନ୍ତି ମୁଖ୍ୟମନ୍ତ୍ରୀ । ରାଜଧାନୀ ଭୁବନେଶ୍ୱରରେ କ୍ଷୟକ୍ଷତିର ଆକଳନ ପ୍ରାୟ ହଜାରେ କୋଟିରୁ ଅଧିକ ଟଙ୍କା ହେବ । ବାତ୍ୟା ପ୍ରଭାବିତ ଅନ୍ୟାନ୍ୟ ଜିଲ୍ଲାର ସାମଗ୍ରିକ ବିକାଶରେ ବି ହଜାର ହଜାର କୋଟି ଟଙ୍କା ଖର୍ଚ୍ଚ ହେବ ।

Share

Leave a Reply

Your email address will not be published. Required fields are marked *

15 + three =