ଜୁଲାଇ ୧୫ ତାରିଖ ସୁଦ୍ଧା ସିବିଏସଇ ଓ ଆଇସିଏସଇ ରେଜଲ୍ଟ

ଭୁବନେଶ୍ୱର()  ଆସନ୍ତା ଜୁଲାଇ ୧୫ ତାରିଖ ସୁଦ୍ଧା ସିବିଏସଇ ଓ ଆଇସିଏସଇ ପରୀକ୍ଷା ଫଳ ବହାରିବ । ସୁପ୍ରିମକୋର୍ଟରେ ଆଗତ ପିଟିସନର ଶୁଣାଣିବେଳେ ଏହି ସୂଚନା ମିଳିଛି ।  ପରୀକ୍ଷା ଫଳ ନେଇ ସିବିଏସଇ ଓ ଆଇସିଏସଇ ଜଣାଇଥିବାବେଳେ କୋର୍ଟ କହିଛନ୍ତି । 

ପ୍ରକାଶ  ଯେ,  କରୋନା ପାଇଁ ଏବେ ସବୁଠି ଭୟର ମାହୋଲ ।  କରୋନା ସଂକ୍ରମଣ ଭୟ ପାଇଁ ପୂର୍ବରୁ ସ୍କୁଲ, କଲେଜ ସହ ପରୀକ୍ଷା ମଧ୍ୟ ବନ୍ଦ କରାଯାଇଥିଲା । କରୋନା ପରିସ୍ଥିତି ସୁଧୁରିବା ପରେ ପରୀକ୍ଷା କରାଯିବା ନେଇ  ବ୍ୟବସ୍ଥା  କରାଯାଇଥିଲା । ତେବେ ଗତକାଲି  ସିବିଏସଇର ବାକିଥିବା ସବୁ ପରୀକ୍ଷାକୁ ବାତିଲ କରିଦିଆଯାଇଥିବା ନେଇ ଘୋଷଣା କରାଯାଇଥିଲା ।   ଦଶମ ଓ ଦ୍ୱାଦଶରେ ବାକି ଥିବା ସବୁ ପରୀକ୍ଷାକୁ ବାତିଲ କରାଯାଇଥିଲା ।  ଜୁଲାଇ ୧ରୁ ୧୫ ତାରିଖ ମଧ୍ୟରେ ହେବାକୁ ଥିବା ପରୀକ୍ଷାକୁ ବାତିଲ କରାଯାଇଥିଲା ।   ପରୀକ୍ଷା ବାତିଲ ନେଇ  ସୁପ୍ରିମକୋର୍ଟଙ୍କୁ  ସଲିସିଟର ଜେନେରାଲ(ଏସଜି) ତୁଷାର ମେହେଟ୍ଟା  ଜଣାଇଥିଲେ ।  ତେବେ ପୂର୍ବ ପରୀକ୍ଷାର ଆସେସମେଣ୍ଟ କରି ରେଜଲ୍ଟ ପ୍ରକାଶ କରାଯିବ ।  ନିର୍ଦ୍ଧିଷ୍ଟଭାବେ କେବେ ରେଜଲ୍ଟ ବାହାରିବ ସେ ନେଇ ଶୁକ୍ରବାର ବିଜ୍ଞପ୍ତି ପ୍ରକାଶ  ପାଇବ ବୋଲି ଏସଜି  ସୁପ୍ରିମକୋର୍ଟଙ୍କୁ  ଜଣାଇଥିଲେ ।

Share

Leave a Reply

Your email address will not be published. Required fields are marked *

three × four =