ଟାଟା ଷ୍ଟିଲ୍ କଳିଙ୍ଗନଗର ପକ୍ଷରୁ ‘ସୁସ୍ଥତା ଦିବସ’ ପାଳିତ

କଳିଙ୍ଗନଗର: କର୍ମଚାରୀ ଓ ସେମାନଙ୍କ ପରିବାର ସଦସ୍ୟଙ୍କ ମଧ୍ୟରେ ସୁସ୍ଥ ଜୀବନଶୈଳୀକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ଟାଟା ଷ୍ଟିଲ୍ କଳିଙ୍ଗନଗର (ଟିଏସ୍‌କେ) ପକ୍ଷରୁ ପ୍ଲଟ୍‌-୨ଠାରେ ‘ସୁସ୍ଥତା ଦିବସ’ ପାଳିତ ହୋଇଯାଇଛି।

ଟିଏସ୍‌କେର ଇଲେକ୍ଟ୍ରିକାଲ ମେଂଟେନାନ୍ସ ବିଭାଗର ମୁଖ୍ୟ ଅଜିତ କର ଏବଂ ଟାଟା ଷ୍ଟିଲ୍ କଳିଙ୍ଗନଗର ଶ୍ରମିକ ସଂଘର ସଭାପତି ରବୀନ୍ଦ୍ର ଜାମୁଦା ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିବାବେଳେ ଟିଏସ୍‌କେ ଓ ସଂଘର ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

ଏହି ଉତ୍ସବରେ କର୍ମଚାରୀ ଓ ସେମାନଙ୍କ ପରିବାର ସଦସ୍ୟଙ୍କୁ ମିଶାଇ ପାଖାପାଖି ୨୦୦ ଲୋକ ଅଂଶଗ୍ରହଣ କରିଥିଲେ । ଏହି ଉତ୍ସବରେ ଗଣଦୌଡ଼, ଯୋଗ ଅଧିବେଶନ, ପୋଷଣ ସମ୍ପର୍କରେ ସୂଚନାମୂଳକ ଆଲୋଚନା ଆଦି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା ।

ସମ୍ବର୍ଦ୍ଧନା ସମାରୋହରେ ଶେଷ ହୋଇଥିବା ଏହି ଉତ୍ସବରେ ବିଭିନ୍ନ ପ୍ରତିଯୋଗିତାର ବିଜେତାଙ୍କୁ ଅତିଥିମାନେ ସମ୍ବର୍ଦ୍ଧିତ କରିଥିଲେ ।

ଟାଟା ଷ୍ଟିଲ୍ କଳିଙ୍ଗନଗରର ୱେଲନେସ୍ କମିଟି ପକ୍ଷରୁ ସୁସ୍ଥ ଅଭ୍ୟାସ ବୃଦ୍ଧି ଏବଂ ସନ୍ତୁଳିତ ଓ ସୁସ୍ଥ ଜୀବନଶୈଳୀ ବଜାୟ ରଖିବାର ଗୁରୁତ୍ୱ ବିଷୟରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ କର୍ମଚାରୀ ଓ ସେମାନଙ୍କ ପରିବାର ସଦସ୍ୟଙ୍କ ପାଇଁ ନିୟମିତ ଭାବେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥାଏ ।

Share

Leave a Reply

Your email address will not be published. Required fields are marked *

2 × three =