ପିପରଫ୍ରାଏ ପକ୍ଷରୁ ଓଡ଼ିଶାର କଟକରେ ଏହାର ନୂତନ ଷ୍ଟୁଡିଓର ଶୁଭାରମ୍ଭ

ପୂର୍ବ ଭାରତରେ ଏହାର ଓମ୍‌ନିଚ୍ୟାନେଲ୍ ଉପସ୍ଥିତିକୁ ସୁଦୃଢ଼ କରିଛି

ଭୁବନେଶ୍ୱର: ଅଗ୍ରଣୀ ଇ-କମର୍ସ ଆସବାବପତ୍ର ଓ ଗୃହୋପକରଣ ସାମଗ୍ରୀ କଂପାନି ପିପରଫ୍ରାଏ ପକ୍ଷରୁ ଓଡ଼ିଶାର କଟକରେ ଏହାର ପ୍ରଥମ ଷ୍ଟୁଡିଓ ଶୁଭାରମ୍ଭ କରାଯାଇଥିବା ବିଷୟରେ ଘୋଷଣା କରାଯାଇଛି । ଭାରତରେ ହୋମ୍ ଓ ଲିଭିଂ ସ୍ପେସ୍‌ରେ ଏହାର ଓମ୍‌ନିଚ୍ୟାନେଲ୍ ଗ୍ରାହକ ସଂପୃକ୍ତିକୁ ସୁଦୃଢ଼ କରିବା ଓ ସ୍ୱତନ୍ତ୍ର ବଜାରରେ ପ୍ରବେଶ କରିବା ଲାଗି କଂପାନିର ରଖିଥିବା ଲକ୍ଷ୍ୟ ଅନୁସାରେ ଏହି ଅଫଲାଇନ୍ ସମ୍ପ୍ରସାରଣ କରାଯାଇଛି । ପିପରଫ୍ରାଏର ଷ୍ଟୁଡିଓ ଉପସ୍ଥିତି ବର୍ତମାନ ଦେଶର ୧୦୦ରୁ ଅଧିକ ସହରରେ ୨୦୦ରୁ ଅଧିକ ଷ୍ଟୁଡିଓ ପର୍ଯ୍ୟନ୍ତ ବ୍ୟାପ୍ତ ରହିଛି ।
ପିପରଫ୍ରାଏ ଷ୍ଟୁଡିଓଗୁଡ଼ିକ ଭାରତରେ ଆସବାବପତ୍ରର ଖୁଚୁରା ଦୃଶ୍ୟପଟ୍ଟର ରୂପାନ୍ତରଣ କରିଛି । ଫୋଫୋ ଷ୍ଟୁଡିଓର ସମ୍ପ୍ରସାରଣ ଦ୍ୱାରା କଂପାନିର ଓମନିଚ୍ୟାନେଲ୍ ରଣନୀତି ଆଗକୁ ବଢ଼ୁଛି ଏବଂ ଏହା ବର୍ତମାନ ୯୦ରୁ ଅଧିକ ସ୍ୱତନ୍ତ୍ର ସହଯୋଗୀଙ୍କ ସହ କାର୍ଯ୍ୟ କରୁଛି । କିଚେନ୍ ସିଟି ସହଯୋଗରେ ଶୁଭାରମ୍ଭ କରାଯାଇଥିବା ନୂଆ ଷ୍ଟୁଡିଓ କଟକର ଫୁଲନଖରା ସ୍ଥିତ ହାଭେଲ୍‌ସ ସୋ’ରୁମ୍ ଓ ବିଗ୍ କପ୍ କାଫେ ପାଖ ପାହାଳ ନଖରା ଭଳି ପ୍ରମୁଖ ସ୍ଥାନରେ ସ୍ଥାପିତ ହୋଇଛି ଯାହା ୭୧୨ ବର୍ଗଫୁଟର କାର୍ପେଟ୍ ଅଂଚଳରେ ବ୍ୟାପିଛି । ଏହା ଗ୍ରାହକମାନଙ୍କୁ ଫର୍ଣ୍ଣିଚର ଓ ହୋମ୍ ପ୍ରଡକ୍ଟସ୍‌ର ଅସୀମିତ କାଟେଲଗ୍‌ର ପ୍ରଥମ ଅନୁଭୂତି ପ୍ରଦାନ କରୁଛି । କଂପାନିର ଇଟେଂରିୟର ଡିଜାଇନର ପରାମର୍ଶଦାତାଙ୍କଠାରୁ ଗ୍ରାହକମାନେ ସ୍ୱତନ୍ତ୍ର ଡିଜାଇନ୍ ପରାମର୍ଶ ପାଇପାରିବେ । ଓଡ଼ିଶାର ହୋମ୍ ଓ ଲିଭିଂ କଷ୍ଟମରମାନଙ୍କ ସ୍ୱତନ୍ତ୍ର ଆବଶ୍ୟକତା ପାଇଁ ବ୍ୟକ୍ତିଗତ ସୁହାଇବା ଭଳି ଅନଭୂତି ପ୍ରଦାନ କରିବାକୁ ଭୁବନେଶ୍ୱରର ଏହି ଷ୍ଟୁଡିଓ ଲକ୍ଷ୍ୟ ରଖିଛି ।
ଏହି ଶୁଭାରମ୍ଭ ଅବସରରେ ପିପରଫ୍ରାଏର ଫ୍ରାଂଚାଇଜିଂ ଆଣ୍ଡ୍ ଆଲାଏନ୍‌ସେସ୍‌ର ବ୍ୟବସାୟ ମୁଖ୍ୟ ଅମୃତା ଗୁପ୍ତା କହିଛନ୍ତି ଯେ, “କିଚେନ୍ ସିଟି ସହଯୋଗିତାରେ କଟକରେ ଆମର ନୂଆ ଷ୍ଟୁଡିଓର ଶୁଭାରମ୍ଭ କରି ଆମେ ଅତ୍ୟନ୍ତ ଆନନ୍ଦିତ । ପ୍ରିପରଫ୍ରାଏର ଫ୍ରାଂଚାଇଜି ହେଉଛି ଏକ ଉଦ୍ୟମିତା ସଫଳତା ଏବଂ ଆମେ ମେଟ୍ରୋପଲିଟାନ୍ ଓ ଟାୟାର ୧ ସହରର ବଡ଼ ଅଂଚଳଠାରୁ ବାହାରେ ଥିବା ଗ୍ରାହକଙ୍କ ପାଖରେ ପହଂଚିବାକୁ ଲକ୍ଷ ରଖିଛୁ । ଆମ ଫ୍ରାଂଚାଇଜି ସହଯୋଗୀଙ୍କ ମଧ୍ୟରେ ରହିଛି ସଫଳ ବ୍ୟବସାୟୀ, ମହିଳା ଉଦ୍ୟୋଗୀ, ଏକ୍ସ ଆର୍ମି ଅଧିକାରୀ ଏବଂ ପ୍ରଥମ ଥର ଉଦ୍ୟୋଗୀଙ୍କ ମିଶ୍ରଣ । ବର୍ତମାନ ଆମ ପେପରଫ୍ରାଏ ଗ୍ରାହକଙ୍କ ଏକ ବଡ଼ ଭାଗ ସହିତ ଆଲୋଚନା ଏଆର ଓ ଭର୍ଚୁଆଲ ପ୍ରଡକ୍ଟ ଇଟଂରାକ୍ସନକୁ ବ୍ୟବହାର କରି କରାଯାଉଛି । ସାରା ବିଶ୍ୱରେ ଘର ନାମକ ଏକ ଭାବନା ଜାଗ୍ରତ କରିବା ଲାଗି ଆମର ରହିଥିବା ଲକ୍ଷ୍ୟ ଅନୁସାରେ ଶ୍ରେଷ୍ଠ ଗ୍ରାହକ ସେବା ପ୍ରଦାନ କରିବା ଲାଗ ଆମେ ନିରନ୍ତର ଉଦ୍ୟମ କରୁଛୁ ।’’
ସୁପ୍ରକାଶ ମିଶ୍ର (ଫ୍ରାଂଚାଇଜି ଷ୍ଟୁଡିଓର ମାଲିକ) କହିଛନ୍ତି ଯେ, “ପିପରଫ୍ରାଏ ସହ ଆମ ସହଯୋଗିତା ୨୦୨୧ ପରଠାରୁ ରହିିଛି ଯେତେବେଳେ ଭୁବନେଶ୍ୱରର ୟୁନିଟ୍ ୪ରେ ଆମେ ପିପରଫ୍ରାଏ୍ ସହ ଆମର ପ୍ରଥମ ଫ୍ରାଂଚାଇଜି ଷ୍ଟୁଡିଓର ଶୁଭାରମ୍ଭ କରିଥିଲୁ । ପିପରଫ୍ରାଏ ସହ ଏହା ଆମର ଦ୍ୱିତୀୟ ଷ୍ଟୋର ଏବଂ ଭାରତର ଅଗ୍ରଣୀ ଗୃହ ଓ ଆସବାବପତ୍ର ମାର୍କେଟପ୍ଲେସ୍ ସହ ସହଯୋଗିତା ସ୍ଥାପନ କରି ଆମେ ବହୁତ ଖୁସି । ଏକ ଭିନ୍ନ ଓମନିଚାନେଲ୍‌ର ଅଗ୍ରଦୂତ ସାଜିଛି ପିପରଫ୍ରାଏ ଏବଂ ହୋମ୍ ଓ ଫର୍ଣ୍ଣିଚର ବ୍ୟବସାୟର ସର୍ବବୃହତ ଓମନିଚ୍ୟାନେଲ୍ ସୃଷ୍ଟି କରିବା ଯାତ୍ରାର ଅଂଶ ହୋଇଥିବାରୁ ଆମେ ଅତ୍ୟନ୍ତ ଆନନ୍ଦିତ ।’’
୨୦୧୭ରେ ଶୁଭାରମ୍ଭ ହୋଇଥିବା ପିପରଫ୍ରାଏ ଫ୍ରାଂଚାଇଜି ବ୍ୟବସାୟ ମଡେଲ୍ ପିପରଫ୍ରାଏ ପକ୍ଷରୁ ବରାଦ ପୂରଣ ଓ ବିକ୍ରି ପରବର୍ତୀ ସେବା, ଷ୍ଟୁଡିଓ ଡିଜାଇନ, ଶୁଭାରମ୍ଭ ଓ ସ୍ଥାପନ, ପରିଚାଳନା ମାର୍ଗଦର୍ଶନ, ମାର୍କେଟିଂ ଓ ପ୍ରଚାର ଭଳି ସହାୟତା ପ୍ରଦାନ କରୁଛି । ହାଇପରଲୋକାଲ ଚାହିଦା ଚକ୍ର ଓ ଧାରା ବିଷୟରେ ଅବଗତ ଥିବା ସ୍ଥାନୀୟ ଉଦ୍ୟୋଗୀଙ୍କ ସହ ପିପରଫ୍ରାଏ ସହଯୋଗିତା ସ୍ଥାପନ କରୁଛି । ପିପରଫ୍ରାଏ ପ୍ରତି ମାସରେ ୮-୯ଟି ଫ୍ରାଂଚାଇଜି ଖୋଲୁଛି ।
ପିପରଫ୍ରାଏର ଅଫଲାଇନ୍ ଉପସ୍ଥିତି ବଢ଼ାଇବା ପାଇଁ ୨୦୨୧ରେ ପିପରଫ୍ରାଏ ଆସେଲେଟର ପ୍ରୋଗ୍ରାମ ପ୍ରସ୍ତୁତ କରାଯାଇଥିଲା । ଏହି କାର୍ଯ୍ୟକ୍ରମର ଏକ ବଡ଼ ଭିନ୍ନତା ହେଉଛି ଫ୍ରାଂଚାଇଜି ସହଯୋଗୀଙ୍କ ପାଇଁ ଦରକାର ହେଉଥିବା ପୁଂଜି ବ୍ୟୟ (କ୍ୟାପେକ୍ସ) ଯାହା ୧୫ ଲକ୍ଷ ଟଙ୍କାରୁ ଆରମ୍ଭ ହେଉଛି । ଏହି ମଡେଲ୍ ୧୦୦% ମୂଲ୍ୟ ସମାନତା ଉପରେ ପର୍ଯ୍ୟବେସିତ ଓ ସହଯୋଗୀଙ୍କୁ ଉତ୍ପାଦର ଷ୍ଟକ ଧରି ରଖିବାକୁ ପଡ଼ିବନି ଯାହା ଏହି ବ୍ୟବସାୟ ସହଯୋଗିତାକୁ ଉଭୟଙ୍କ ପାଇଁ ଲାଭଦାୟକ କରିପାରିଛି ।

Share

Leave a Reply

Your email address will not be published. Required fields are marked *

fifteen + 15 =