ଅଲ୍‌ଟ୍ରାଟେକ୍ ପକ୍ଷରୁ ଫସ୍‌ଫୋଜିପ୍‌ସମ୍‌ର ପରିବହନ ଲାଗି ଉପକୂଳ ଜଳପଥର ବ୍ୟବହାର

ଭୁବନେଶ୍ୱର: ଆଦିତ୍ୟ ବିର୍ଲା ଗ୍ରୁପ୍‌ର ସିମେଂଟ୍ କଂପାନି ଅଲ୍‌ଟ୍ରାଟେକ୍ ସିମେଂଟ୍ ଲିମିଟେଡ୍ ପକ୍ଷରୁ ଫସ୍‌ଫୋଜିପ୍‌ସମ୍‌ର ପରିବହନ ଲାଗି ଅନ୍ତର୍ଦେଶୀୟ ଓ ଉପକୂଳ ଜଳପଥକୁ ବ୍ୟବହାର କରାଯାଇଛି । ଓଡ଼ିଶାର ପାରାଦୀପ ପୋର୍ଟରୁ ୫୭,୦୦୦ ମେଟ୍ରିକ୍ ଟନ୍‌ର ଫସ୍‌ଫୋଜିପ୍‌ସମ୍‌କୁ ପରିବହନ କରାଯାଇଥିବା ଯାହା ଅଲ୍‌ଟ୍ରାଟେକ୍ ସିମେଂଟ୍‌ର ଗୁଜରାଟ ସିମେଂଟ୍ ୱାର୍କସ୍‌ରେ ଥିବା ସମନ୍ୱିତ ସିମେଂଟ୍ ୟୁନିଟ୍‌ରେ ପହଂଚିଥିଲା ।

ଭାରତର ସର୍ବବୃହତ ସିମେଂଟ୍ ଓ ରେଡି-ମିକ୍ସ କଂକ୍ରିଟ୍ କଂପାନି ଏହାର ସମଗ୍ର ମୂଲ୍ୟ ଶୃଙ୍ଖଳାରେ ନିରନ୍ତରତାକୁ ଆଗକୁ ବଢ଼ାଇବା ଲାଗି ଆଦିତ୍ୟ ବିର୍ଲା ଗ୍ରୁପ୍‌ର ସଷ୍ଟେନେବିଲିଟି ଫ୍ରେମ୍‌ୱର୍କକୁ ଗ୍ରହଣ କରିଛି । ଅଲ୍‌ଟ୍ରାଟେକ୍‌ରେ ସଷ୍ଟେନେବିଲିଟି କ୍ଷେତ୍ରରେ ଅନ୍ୟତମ ପ୍ରମୁଖ ଗୁରୁତ୍ୱର କ୍ଷେତ୍ର ହେଉଛି ସର୍କୁଲାର ଇକୋନମି ।

ଅଲ୍‌ଟ୍ରାଟେକ୍ ସିମେଂଟ୍ ଲିମିଟେଡ୍‌ର ପରିଚାଳନା ନିର୍ଦେଶକ ଶ୍ରୀ କେ ସି ଝାନୱାର କହିଛନ୍ତି ଯେ, “ସିମେଂଟ୍ ଉତ୍ପାଦନରେ ଶିଳ୍ପ ଓ ମୁନିସପାଲିଟି ବର୍ଜ୍ୟକୁ ବ୍ୟବହାର କରି ସର୍କୁଲାର ଇକୋନମିରେ ସିମେଂଟ୍ ଶିଳ୍ପ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛି । ଭାରତରେ ସର୍କୁଲାର ଇକୋନମିକୁ ଆଗକୁ ବଢ଼ାଇବାରେ ଅଲ୍‌ଟ୍ରାଟେକ୍ ପକ୍ଷରୁ ଶିଳ୍ପ ସିମେଂଟ୍‌ର ପ୍ରଥମ ଅଭିଯାନ ଇନଲ୍ୟାଣ୍ଡ୍ ଓ କୋଷ୍ଟାଲ୍ ୱାଟରୱେ ଜରିଆରେ ଫସଫୋଜିପ୍‌ସମ୍ ପରିବହନ ସିମେଂଟ୍ ଶିଳ୍ପର ଭୂମିକାକୁ ଆହୁରି ସୁଦୃଢ଼ କରିବାରେ ସହାୟକ ହେବ ।’’

ଇଣ୍ଡିଆନ୍ ଫାର୍ମର୍ସ ଫର୍ଟିଲାଇଜର କୋଅପରେଟିଭ୍ ଲିମିଟେଡ୍ (ଇଫ୍‌କୋ) ଓ ପାରାଦୀପ ଫସ୍‌ଫେଟ୍ ଲିମିଟେଡ୍ (ପିପିଏଲ୍‌)ଠାରୁ ଅଲ୍‌ଟ୍ରାଟେକ୍ ଫସଫୋଜିପ୍‌ସମ୍ ମଗାଉଛି । ଫସ୍‌ଫେଟିକ୍ ସାର କାରଖାନାର ଏକ ଉପ-ଉତ୍ପାଦ ହେଉଛି ଫସଫୋଜିପ୍‌ସମ୍ ।

ଭାରତରେ ସର୍କୁଲାର ଇକୋନମିର କେନ୍ଦ୍ର ସ୍ଥଳରେ ରହିଛି ସିମେଂଟ୍ ଶିଳ୍ପ । ଶିଳ୍ପ ଓ ମୁନିସପାଲିଟି ବର୍ଜ୍ୟକୁ ସିମେଂଟ୍ ଉତ୍ପାଦନରେ ବ୍ୟବହାର କରାଯିବା ଦ୍ୱାରା ତାହା ଲ୍ୟାଣ୍ଡ୍‌ଫିଲ୍ ଉପରୁ ଚାପ କମ୍ କରିବା ଏବଂ ସମ୍ଭାବ୍ୟ ଗ୍ରିନ୍ ହାଉସ୍ ଗ୍ୟାସ୍ ନିର୍ଗମନକୁ ହ୍ରାସ କରିବାରେ ସହାୟକ ହୋଇଛି । ଭାରତରେ ୭୦ ନିୟୁତ ମେଟ୍ରିକ୍ ଟନ୍‌ର ଫସ୍‌ଫୋଜିପ୍‌ସମ୍ ଷ୍ଟକ୍ ରହିଥିବା ବେଳେ ସିମେଂଟ୍ ଶିଳ୍ପରେ ବାର୍ଷିକ ୧୬ ନିୟୁତ ଟନ୍ ବ୍ୟବହାର ହେବାର ସମ୍ଭାବନା ରହିଛି । ଅନ୍ତର୍ଦେଶୀୟ ଓ ଉପକୂଳ ଜଳପଥରେ ଫସ୍‌ଫୋଜିପ୍‌ସମ୍‌କୁ ପରିବହନ କରି ଅଲ୍‌ଟ୍ରାଟେକ୍ ସିମେଂଟ୍ ଆରମ୍ଭ କରିଥିବା ଅଭିଯାନ ମଲ୍‌ଟି ମୋଡାଲ୍ ଯୋଗାଣ ଶୃଙ୍ଖଳରେ ସୁଲଭ ଓ ସୁରକ୍ଷିତ ପରିବହନ ବିକଳ୍ପକୁ ପ୍ରଦର୍ଶିତ କରୁଛି ଯାହାକୁ ଅନ୍ୟ ସିମେଂଟ୍ କଂପାନିଗୁଡ଼ିକ କାର୍ଯ୍ୟକାରୀ କରିପାରିବେ ।

Share

Leave a Reply

Your email address will not be published. Required fields are marked *

four + 13 =