ଭୁଶୁଡ଼ିଲା ଶହେ ବର୍ଷର କୋଠା

ବ୍ରହ୍ମପୁର: ରାଜ୍ୟରେ ବର୍ଷାର ତାଣ୍ଡବ ଜାରି ରହିଛି । କେଉଁଠି ମନ୍ଦିର ଭିତରେ ପାଣି ପଶିଲାଣି ତ ଆଉ କେଉଁଠି ପୋଲ ଭାଙ୍ଗିଲାଣି । ଏହାରି ଭିତରେ ବ୍ରହ୍ମପୁର କାମ୍ପସାହିରେ ଥିବା ଆନ୍ଧ୍ରମହିଳା ସମାବେଶର ପୂରାତନ ପାଠାଗାରର କୋଠାଟି ଲଗାଣ ବର୍ଷାରେ ଭୁଷୁଡି ପଡ଼ିଛି । ଫଳରେ ପାଠାଗାରରେ ଥିବା ସମସ୍ତ ପୁସ୍ତକ ନଷ୍ଠ ହୋଇଯାଇଛି । ଅନେକ ସାମଗ୍ରୀ ମଧ୍ୟ ନଷ୍ଠ ହୋଇଯାଇଛି । ଏହି କୋଠାଟି ଶହେ ବର୍ଷ ପୁରୁଣା ଥିଲା ।ଏଥିରେ କାହାର କୌଣସି କ୍ଷତି ହୋଇନାହିଁ ।ଏହି କୋଠାଟି ବହୁତ ପୁରୁଣା ଐତିହାସିକ କୋଠା ଥିଲା ।ବ୍ରହ୍ମପୁରରେ ତିନିଦିନ ଧରି ବର୍ଷା ଜାରି ରହିଛି।

Share

Leave a Reply

Your email address will not be published. Required fields are marked *

4 × 5 =