ବିଦ୍ୟୁତ ତାରରେ ଛନ୍ଦି ହୋଇ ୨ ଶିକାରୀ ମୃତ

ବୌଦ୍ଧ: ବାରହା ଶିକାଲ ଲାଗି ବିଛାଇଥିଲେ ତାର । ହେଲେ ନିଜେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଚାଲିଗଲା ୨ ଶିକାରୀଙ୍କ ଜୀବନ । ବୌଦ୍ଧ ରେଞ୍ଜ ଗଣ୍ଡିସର ସେକ୍ସନ ପିପଳମୁଣ୍ଡା ଜଙ୍ଗଲରେ ଅଭାବନୀୟ ଘଟଣା। ମୃତକ ହେଲେ କୁରୁକୁଳ ଗାଁର ଦଶ୍ୟନନ୍ଦ ଦେହୁରୀ ଓ ରମ୍ଭିକଟା ଗାଁର କଇରା ବାଘ ବୋଲି ଜଣାପଡିଛି । ଖବର ଅନୁଯାୟୀ, ପିପଳମୁଣ୍ଡା ଜଙ୍ଗଲରେ ଉପରେ ଦେଇ ଯାଇଥିବା ୧୧କେଭି ବିଦ୍ୟୁତ ତାରରୁ ଜେଇ ସଂଯୋଗ କରି ବାର୍ହା ଶିକାର ପାଇଁ ତାର ବିଛାଇଥିଲେ ଶିକାରୀ । ତେବେ ଅସାବଧାନତା ବଶତଃ ଉଭୟେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଯାଇଥିଲେ। ଫଳରେ ଘଟଣା ସ୍ଥଳରେ ଉଭୟଙ୍କ ଜୀବନ ଯାଇଥିଲା। ତେବେ ଜଙ୍ଗଲକୁ କାଠ ସଂଗ୍ରହ ପାଇଁ ଯାଇଥିବା କିଛି ଲୋକ ମୃତଦେହ ଦେଖି ବନ ବିଭାଗକୁ ଖବର ଦେଇଥିଲେ । ଖବର ପାଇ ବନ ବିଭାଗ ଓ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Share

Leave a Reply

Your email address will not be published. Required fields are marked *

18 − 12 =