ଜଗନ୍ନାଥ ସଡକ ଦୁର୍ଘଟଣାରେ ୫ମୃତ

ପୁରୀ—ରାମେଶ୍ୱର ଜଗନ୍ନାଥ ସଡକର ରୁଆ ନିକଟରେ ଏକ ମର୍ମନ୍ତୁଦ ଦୁର୍ଘଟଣାରେ ଗୋଟିଏ ପରିବାରର ୫ଜଣଙ୍କର ଶୋଚନୀୟ ମ୍ୟତ୍ୟୁ ଘଟିଛି । ଖବର ପାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିବା ସହିତ ମୃତକଙ୍କ ପରିବାରକୁ ୨ଲକ୍ଷ ଲେଖାଏ ସହାୟତା ଦେଇଛନ୍ତି । ବ୍ରହ୍ମପୁର ନିକଟସ୍ଥ ଇଛାପୁରରୁ ଗୋଟିଏ ପରିବାରର ଲୋକ ମାନେ ଏକ ବୋଲେର ଗାଡିରେ ପୁରୀ ଆସୁଥିବା ବେଳେ ଜଗନ୍ନାଥ ସଡକର ରୁଆ ନିକଟରେ ବୋଲେରଟି ଭାରସାମ୍ୟ ହରାଇ ଏକ ନାଳ ଭିତରକୁ ପଶିଯାଇ ପାଣିରେ ଓଲଟିପଡିଥିଲା । ଯାହା ଫଳରେ ସେଥିରେ ଥିବା ୬ଜଣଙ୍କ ମଧ୍ୟରୁ ୫ ଜଣଙ୍କର ମୃତ୍ୟୁ ଘଟିଥିଲା ଓ ଅନ୍ୟ ଜଣଙ୍କୁ ଉଦ୍ଧାର କରାଯାଇଛି ତାଙ୍କର ଅବସ୍ଥା ଗୁରୁତର ରହିଛି । ସେମାନେ ସମସ୍ତେ ପୁରୀରେ ଅସ୍ଥି ବିସର୍ଜନ କରିବା ସହିତ ଶ୍ରୀ ଜଗନ୍ନାଥଙ୍କ ଦର୍ଶନ କରିଥାଆନ୍ତେ । କିନ୍ତୁ ସେମାନଙ୍କର ସେ ଦର୍ଶନ ଅଧା ରହିଗଲା ।

Share

Leave a Reply

Your email address will not be published. Required fields are marked *

sixteen − two =