ନବୀନଙ୍କୁ ୧୨ ବିଜେପି ସାଂସଦଙ୍କ ଚିଠି

ଭୁବନେଶ୍ବର() ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ବିଜେପି ୧୨ ଜଣ ସାଂସଦ ଚିଠି ଲେଖିଛନ୍ତି । ଓଡିଶାରେ କେନ୍ଦ୍ର ଆୟୁଷ୍ମାନ ଯୋଜନାଙ୍କୁ ଲାଗୁ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ବିଜେପିି ସାଂସଦ ।

ଚିଠିରେ ଲେଖାଯାଇଛି, ଲୋକଙ୍କ ସ୍ୱାର୍ଥ ଦୃଷ୍ଟିରୁ ରାଜ୍ୟକୁ ଆୟୁଷ୍ମାନ ଭାରତରେ ସାମିଲ କରାଯାଉ । ଏହା ହୋଇପାରିଲେ ରାଜ୍ୟର ୬୦ ଲକ୍ଷ ହିତାଧିକାରୀ ଉପକୃତ ହୋଇପାରିବେ । ଏହି ଯୋଜନା ଅନୁସାରେ ପ୍ରତ୍ୟେକ ପରିବାରକୁ ୫ ଲକ୍ଷ ଟଙ୍କା ଯାଏଁ ମାଗଣା ସ୍ୱାସ୍ଥ୍ୟସେବା ମିଳିପାରୁଛି ।

ଗତବର୍ଷ ଦେଶରେ ଆୟୁଷ୍ମାନ ଯୋଜନା ଆରମ୍ଭ ହୋଇଥିଲା । ରାଜ୍ୟ ସରକାର ଏଥିରେ ସାମିଲ ହୋଇନଥିଲେ । ନିଜସ୍ୱ ପାଣ୍ଠିରୁ ସରକାର ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଆରମ୍ଭ କରିଥିଲେ ।
ଲୋକସଭା ସାଂସଦ ତଥା କେନ୍ଦ୍ର ମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଓ ଜୁଏଲ ଓରାମ, ସୁରେଶ ପୂଜାରୀ, ଅପରାଜିତା ଷଡ଼ଙ୍ଗୀ, ବସନ୍ତ ପଣ୍ଡା, ସଙ୍ଗୀତା କୁମାରୀ ସିଂହଦେଓ, ନିତୀଶ ଗଙ୍ଗଦେବ ଓ ବିଶେଶ୍ୱର ଟୁଡୁ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଅଶ୍ୱିନୀ ବୈଷ୍ଣବ, ମନୋନୀତ ସାଂସଦ ରଘୁନାଥ ମହାପାତ୍ର ଓ ସୋନାଲ ମାନସିଂ ମଧ୍ୟ ଚିଠିରେ ଦସ୍ତଖତ କରିଛନ୍ତି ।

Share

Leave a Reply

Your email address will not be published. Required fields are marked *

twenty − sixteen =