ବିଷ୍ଣୁ ଏବଂ ପ୍ରଦୀପ୍ତ ସୁସ୍ଥ ହେଲେଣି

ଭୁବନେଶ୍ୱର: କରୋନାରେ ଆକ୍ରାନ୍ତ ହୋଇଛନ୍ତି ବିଜେପିର ଦୁଇ ବରିଷ୍ଟ ନେତା ବିଷ୍ଣୁ ସେଠୀ ଏବଂ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ । ଉଭୟ ଏବେ ଭୁବନେଶ୍ୱର ଏମ୍ସରେ ଚିକିତ୍ସିତ ହେଉଛନ୍ତି । ତେବେ ଉଭୟଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଧିରେ ଧିରେ ସୁଧୁରିବାକୁ ଲାଗିଲାଣି । ପ୍ରଦୀପ୍ତ ନାଏକ ପ୍ରଥମେ ଏମ୍ସରେ ଭର୍ତ୍ତି ହୋଇଥିବା ବେଳେ ପରେ ପରେ ବିଷ୍ଣୁଙ୍କୁ ଚିକିତ୍ସା ଲାଗି ସେଠାରେ ରଖାଯାଇଛି । ଏବେ ଉଭୟଙ୍କ ସ୍ୱାସ୍ଥ୍ୟ ଅବସ୍ଥାରେ ସୁଧାର ଆସୁଥିବା ସୂଚନା ଦେଇଛନ୍ତି ଏମ୍ସ କର୍ତ୍ତୃପକ୍ଷ ।

Share

Leave a Reply

Your email address will not be published. Required fields are marked *

seventeen − nine =