ଭଦ୍ରକ ଜିଲ୍ଲା ସାମ୍ବାଦିକ ସଂଘ ପକ୍ଷରୁ ଅରିନ୍ଦମ ଦାସଙ୍କୁ ଅଶ୍ରୃଳ ଶ୍ରଦ୍ଧାଞ୍ଜଳି

ଭଦ୍ରକ: ସାହାସୀ, ନିର୍ଭୀକ ସାମ୍ବାଦିକ ଅରିନ୍ଦମ ଦାସଙ୍କ ଅକାଳ ବିୟୋଗରେ ସ୍ତବ୍ଧ ହୋଇଯାଇଛି ଓଡ଼ିଶା ସମ୍ବାଦ ଜଗତ । ସାହସିକତା ସହିତ ନିଜ କର୍ତ୍ତବ୍ୟ ସମୟରେ ଆଖି ବୁଜିଥିଲେ ଅରିନ୍ଦମ । ତାଙ୍କ ମୃତ୍ୟୁ ଖବର ଯିଏ ଶୁଣୁଛି ତା ଆଖିରୁ ଦି ଟୋପା ଲୁହ ଝରି ଆସୁଛି । ତାଙ୍କର ଏଭଳି ଅକାଳ ସାରା ଓଡ଼ିଶାବାସୀ ଅରିନ୍ଦମଙ୍କ ଲାଗି ଶୋକପ୍ରକାଶ କରିଛନ୍ତି । ଏହି ଅବସରରେ ଅରନ୍ଦମ ଦାସଙ୍କୁ ଭଦ୍ରକ ଜିଲ୍ଲା ସାମ୍ବାଦିକମାନେ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି । ଅରିନ୍ଦମଙ୍କ ଅମର ଆତ୍ମାର ସତଗତି ନିମନ୍ତେ ଜିଲ୍ଲାପାଳଙ୍କ ପୁରୁଣା କାର୍ୟ୍ୟାଳୟ ନିକଟରୁ ଏକ ନିରବ କ୍ୟାଣ୍ଡେଲ ଶୋଭାଯାତ୍ରାରେ ସାମ୍ବାଦିକମାନେ ଟାଉନହଲ ନିକଟରେ ପହଞ୍ଚିଥଲେ । ସେଠାରେ ଦିବଙ୍ଗତ ଅରିନ୍ଦମଙ୍କ ଅମର ଆତ୍ମାର ଶାନ୍ତି ନିମନ୍ତେ ନିରବ ପ୍ରାର୍ଥନା କରଯାଇଥିଲା । ଏଥିସହ ସାମ୍ବାଦିକ କ୍ଷେତ୍ରରେ ଦିବଙ୍ଗତ ସାମ୍ବାଦିକ ଅରିନ୍ଦମଙ୍କ ସାହସିକତା ସ୍ମୃତିଚାରଣ କରାଯାଇଥିଲା । ଏହି ଶୋଭାଯାତ୍ରାରେ ଜିଲ୍ଲାର ବହୁ କାର୍ୟ୍ୟରତ ସାମ୍ବାଦିକମାନେ ଯୋଗ ଦେଇ ଅମରଆତ୍ମାର ସଦଗତି କମନା କରିଥିଲେ ।

Share

Leave a Reply

Your email address will not be published. Required fields are marked *

eighteen − 6 =