ସୁଷମାଙ୍କ ଶେଷ ଯାତ୍ରା

ନୂଆଦିଲ୍ଲୀ()  ଆରମ୍ଭ ହେଲା ସୁଷମାଙ୍କ ଶେଷ ଯାତ୍ରା । ମଥାରେ ନାଲି ବିନ୍ଦି, ନାଲି ଶାଢୀ, ତ୍ରିରଙ୍ଗାରେ ଢାଙ୍କି ହୋଇ ଅନ୍ତିମ ଯାତ୍ରାରେ ଯାଉଛନ୍ତି ସୁଷମା ସ୍ୱରାଜ । ବିଜେପି ମୁଖ୍ୟାଳୟରୁ ବାହାରିଲା ସୁଷମା ଶୋଭା ଯାତ୍ରା । ଲୋଧୀ ରୋଡ ସ୍ଥିତ ଶବଦାହ ଗୃହ ଅଭିମୁଖେ ସୁଷମାଙ୍କର ଶେଷ ଯାତ୍ରା ବାହାରିଛି । ସେଠାରେ ତାଙ୍କର ଅନ୍ତ୍ୟେଷ୍ଟି କାର୍ୟ୍ୟ ସମ୍ପାଦନ ହେବ । ହିନ୍ଦୁ ରୀତି ନୀତି ଅନୁସାରେ ତାଙ୍କୁ ଜଣେ ସୁହାଗିନୀ ଭଳି ବିଦାୟ ଦିଆଯାଇଛି । ତାଙ୍କର ନିଧନରେ ସମଗ୍ର ଦେଶରେ ଶୋକର ଛାୟା ଖେଳି ଯାଇଛି । ସେ ଦେଶର ରାଜନୀତିରେ ଏକ ଅପୂରଣୀୟ ସ୍ଥାନ ଗ୍ରହଣ କରିଛନ୍ତି । ଯାହାକି କେହି କେବେ ପୂରଣ କରି ପାରିବେ ନାହିଁ । ଶହଶହ ବିଜେପି କର୍ମୀ ଓ ନେତା ସେଠାରେ ପହଞ୍ଚି ସୁଷମାଙ୍କ ଶେଷ ଦର୍ଶନ କରିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଆଡଭାଣୀଙ୍କ ଠାରୁ ନେଇ ସମଗ୍ର ଦେଶବାସୀ ସୁଷମାଙ୍କ ନିଧନରେ ଆଜି ଶୋକ ସନ୍ତପ୍ତ ।

Share

Leave a Reply

Your email address will not be published. Required fields are marked *

20 − 8 =