୨୩ ତାରିଖରେ ପୁରୀ ସମୁଦ୍ରରେ ବିଲୀନ ହେବ ବାଜପେୟୀଙ୍କ ଶରୀରାବଶେଷ

ଭୁବନେଶ୍ବର: ପୁରୀ ସମୁଦ୍ରରେ ହେବ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଅସ୍ଥି ବିସର୍ଜନ । ଆସନ୍ତା ୨୨ ତାରିଖରେ ବାଜପେୟୀଙ୍କ ଅସ୍ଥି ଓଡିଶା ଆସିବ । ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଅସ୍ଥି ପହଞ୍ଚିବା ସହ ଆସନ୍ତା ୨୩ ତାରିଖରେ ପୁରୀ ସମୁଦ୍ରରେ ଅସ୍ଥି ବିସର୍ଜନ କରାଯିବ । ଏହା ପୂର୍ବରୁ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ସାଧାରଣ ଲୋକ ବାଜପେୟୀଙ୍କ ଅସ୍ଥିକୁ ଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ମଧ୍ୟ ଦେଇପାରିବେ ।୨୩ ତାରିଖ ଦିନ ଏକ ବିଶାଳ ଶୋଭାଯାତ୍ରାରେ ବାଜପେୟୀଙ୍କ ଅସ୍ଥିକୁ ଭୁବନେଶ୍ୱରରୁ ପୁରୀ ଅଭିମୁଖେ ନିଆଯିବ । ଏକ ଖୋଲା ସୁସଜ୍ଜିତ ଟ୍ରକରେ ଅଟଳଙ୍କ ଅସ୍ଥିକୁ ପୁରୀ ସମୁଦ୍ର ଅଭିମୁଖେ ନିଆଯିବାର କାର୍ଯ୍ୟକ୍ରମ ରହିଛି । ଏହି ଅବସରରେ ଭୁବନେଶ୍ୱର ଏବଂ ପୁରୀ ରାସ୍ତାରେ ମଧ୍ୟ ସାଧାରଣ ଲୋକମାନେ ବାଜପେୟୀଙ୍କ ଅସ୍ଥି ଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିପାରିବେ । ଏବଂ ଶୋଭାଯାତ୍ରା ପୁରୀରେ ପହଞ୍ଜିବା ପରେ ବାଜପେୟୀଙ୍କ ଅସ୍ଥିକୁ ସମୁଦ୍ରରେ ବିସର୍ଜନ କରାଯିବ । ଏଥିସହ ରାଜ୍ୟର ବିଭିନ୍ନ ନଦୀରେ ମଧ୍ୟ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କର ଅସ୍ଥି ବିସର୍ଜନ ହେବାର କାର୍ଯ୍ୟକ୍ରମ ରହିଛି ।

 

Share

Leave a Reply

Your email address will not be published. Required fields are marked *

8 + 8 =