ବୈଜୟନ୍ତଙ୍କ ହେଲିକ୍ୟାପ୍ଟର ଜବତ, ଥାନାରେ ଏତଲା

ଭୁବନେଶ୍ୱର : ଗତ 15 ତାରିଖରେ ଚିଲାକରେ ଏକ ୱାଟର ଏରୋପ୍ଲେନ ଲ୍ୟାଣ୍ଡ କରିଥିବା ନେଇ ଚାଲିଥିବା ତନାଘନାରେ ପ୍ରକୃତ ଆଇନ ଉଲଂଘନକରୀ ଧରାପଡିଛନ୍ତି । କିଛି ଦିନ ତଳେ ବିଜେଡିରୁ ବାହାରିଥିବା ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ଚିଲିକା ଉପରେ ଲ୍ୟାଣ୍ଡ କରିଥିଲେ। ତାଙ୍କ ହେଲିକପ୍ଟର ସିଜ ହୋଇଛି। ଚିଲିକାରେ ବେଆଇନ ହେଲିକପ୍ଟର ଉଡ଼ାଣ ଅଭିଯୋଗ ଘଟଣାରେ ବୈଜୟନ୍ତଙ୍କ ହେଲିକପ୍ଟର ଜବତ କରାଯାଇଛି। ଏ ନେଇ ବୈଜୟନ୍ତଙ୍କ ନାଁରେ ପୁରୀ ପୋଲିସ ମାମଲା ରୁଜୁ କରିଛି । ଏସପି ସାର୍ଥକ ସଡଙ୍ଗୀଙ୍କ ନିର୍ଦ୍ଦେଶ ଅନୁଯାୟୀ ତାଙ୍କ ହେଲିକପ୍ଟର ଓ ହ୍ୟାଙ୍ଗର ସିଜ କରାଯାଇଥିବା ଜଣାପଡିଛି । ନୋ ଫ୍ଲାଇଙ୍ଗ ଜୋନରେ ଉଡାଣ ଅଭିଯୋଗରେ ଏହି ପଦକ୍ଷେପ ନିଆଯାଇଥିବା ଏସପି ସୂଚନା ଦେଇଛନ୍ତି । ଇମ୍ଫା ମାଲିକାନାରେ ଥିବା ଏହି ହେଲିକପ୍ଟର ସମ୍ପର୍କରେ ଅଧିକ ତଥ୍ୟ ପାଇବା ପାଇଁ ଆସନ୍ତାକାଲି କମ୍ପାନୀ କର୍ତ୍ତୃପକ୍ଷଙ୍କୁ ଏସପିଙ୍କ କାର୍ଯ୍ୟାଳୟରେ ହାଜର ହେବା ପାଇଁ ନିର୍ଦ୍ଦେଶ ଦିଆଯାଇଥିବା ସେ କହିଛନ୍ତି । ବୈଜୟନ୍ତଙ୍କ ସହ ହେଲିକପ୍ଟରରେ ଆଉ ୨ ଜଣ ଥିଲେ ବୋଲି ସେ କହିଛନ୍ତି । ଅନ୍ୟପକ୍ଷରେ ଚିଲିକା ବିମାନ ବନ୍ଦର ନିର୍ଦ୍ଦେଶକ ମଧ୍ୟ ଏକ ହେଲିକପ୍ଟର ଜବତ ହୋଇଥିବା ବେଳେ କାହାର ହେଲିକପ୍ଟର ଏ ନେଇ କୌଣସି ସୂଚନା ସେ ଦେଇନାହାଁନ୍ତି।

ସୂଚନାଯୋଗ୍ୟ, ଚିଲିକାରେ ବେଆଇନ ଉଡ଼ାଣ ନେଇ ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ (ସିଡିଏ) ପକ୍ଷରୁ ସାମୁଦ୍ରିକ ଥାନାରେ ଏତଲା ଦିଆଯାଇଥିଲା । ସିଡିଏର ସହକାରୀ ବନ ସଂରକ୍ଷକ ବିନୋଦ ଆଚାର୍ଯ୍ୟ ଏହି ଏତଲା ଦେଇଥିଲେ । ଚିଲିକା ନୋ-ଫ୍ଲାଇଂ ଜୋନ୍‌ରେ ଧଳା ରଙ୍ଗର ହେଲିକପ୍ଟର ଉଡ଼ାଣ ଅଭିଯୋଗ ହୋଇଥିଲା । ବୈଜୟନ୍ତ ମଧ୍ୟ ଟ୍ୱିଟ ଜରିଆରେ ଏହି ଘଟଣାକୁ ସ୍ୱୀକାର କରିଛନ୍ତି । ପୁରୀର ଜନୈକ ପୋଲିସ ଅଧିକାରୀ ଭୁବନେଶ୍ୱର ଆସି ସିଜ କରିଥିବା ସେ କହିଛନ୍ତି । ସରକାର ତାଙ୍କ ବିରୋଧରେ ସାଙ୍ଘାତିକ ଷଡଯନ୍ତ୍ର ଚଳାଇଛନ୍ତି । ତାଙ୍କର ଓଡିଶା ବୁଲିବାରେ ପ୍ରତିବନ୍ଧକ ଲଗାଇବା ପାଇଁ ଏଭଳି କରାଯାଉଥିବା ସେ କହିଛନ୍ତି ।

Share

Leave a Reply

Your email address will not be published. Required fields are marked *

2 + eighteen =