ଓଡ଼ିଆଙ୍କୁ ସସମ୍ମାନେ ଓ ସୁରକ୍ଷିତ ଫେରାଇ ଆଣିବା ମୂଳ ଲକ୍ଷ୍ୟ

ଭୁବନେଶ୍ୱର() କରୋନା ନେଇ ଅପଡ଼େଟ ଦେଇଛନ୍ତି ଆଇଇସି ମୁଖ୍ୟ ସୁବ୍ରତ ବାଗଚୀ । ସେ କହିଛନ୍ତି ଯେ କରୋନା ବିରୋଧୀ ଲଢ଼େଇରେ ଏହି ସବୁ ନୀତିକୁ ରାଜ୍ୟ ସରକାର ଆପଣେଇଛନ୍ତି । ଯାହା ବି କରନ୍ତୁ ମାନବିକତା ସହ କରନ୍ତୁ ବୋଲି ସେ କହିଛନ୍ତିି । ଯାହା ବି କରାଯିବ ମହତ୍ତର ଉଦ୍ଦେଶ୍ୟ ସହ କରାଯିବ । ଯାହା ବି କରୁଛନ୍ତି ଅନୁଶାସନ ସହ କରନ୍ତୁ । ରାଜ୍ୟରେ ପ୍ରତି ଜିଲ୍ଲାରେ କୋଭିଡ଼ ହସ୍ପିଟାଲ ପାଇଁ କାର୍ଯ୍ୟ ହୋଇଛି । ଓଡ଼ିଶା ମଡ଼େଲକୁ ମିଳୁଥିବା ପ୍ରଶଂସାର ଶ୍ରେୟ ରାଜ୍ୟବାସିଙ୍କର ବୋଲି ବାଗଚୀ କହିଛନ୍ତି । ଗତକାଲି କେରଳରୁ ୧୧୫୦ ଓଡ଼ିଆଙ୍କୁ ଧରି ଗୋଟିଏ ଟ୍ରେନ ଆସିଥିଲା । ଏନେଇ ଅପରେସନ ଶୁଭଯାତ୍ରା ଆରମ୍ଭ କରାଯାଇଛି । ଓଡ଼ିଆଙ୍କୁ ସସମ୍ମାନେ ଓ ସୁରକ୍ଷିତ ଫେରାଇ ଆଣିବା ଏହି ଅପରେସନର ମୂଳ ଲକ୍ଷ୍ୟ ରହିବ । ଏହି ୧୧୫୦ଜଣ ଯାକ ପୋର୍ଟାଲରେ ପଞ୍ଜିକରଣ କରିଥିଲେ । ଆଉ ଏକ ଟ୍ରେନ ସୁରତରୁ ଆଜି ବାହାରିବ । କ୍ଲଷ୍ଟର କଣ୍ଟେନମେଣ୍ଟ ଷ୍ଟ୍ରାଟେଜିକୁ ପୁରା ରାଜ୍ୟରେ କାର୍ଯ୍ୟରେ ଲଗାଯାଇଛି । ସଂକ୍ରମଣ ଆଶଙ୍କା ଥିବା ପ୍ରତି ବ୍ୟକ୍ତିଙ୍କ ପରୀକ୍ଷା କରାଯାଉଛି । ଯାଜପୁରର କଟିକଟା ପଞ୍ଚାୟତ ଏବେ ଓଡ଼ିଶାର ହଟସ୍ପଟ ଭାବେ ଘୋଷଣା କରାଯାଇଛି ।
ଓଡ଼ିଶାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୫୬କୁ ବୃଦ୍ଧି ପାଇଛି । ସେମାନଙ୍କ ମଧ୍ୟରୁ ୫୫ଜଣ ସୁସ୍ଥ ହୋଇଥିବା ବେଳେ ଜଣଙ୍କର ମୃତ୍ୟୁ ହୋଇଛି । ରାଜ୍ୟରେ ୧୦୦ଜଣ କରୋନାରେ ସକ୍ରିୟ ରହିଛନ୍ତି ।

Share

Leave a Reply

Your email address will not be published. Required fields are marked *

nine − one =