ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ହତ୍ୟା ଘଟଣା: ବ୍ରଜରାଜନଗରରୁ ବ୍ରହ୍ମପୁର ଯାଏ ତନାଘନା ଜୋରଦାର

ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କୁ ଗୁଳି କରି ହତ୍ୟାର ରହସ୍ୟ ଭେଦୁଛି କ୍ରାଇମବ୍ରାଞ୍ଚ । ବ୍ରଜରାଜନଗରରୁ ବ୍ରହ୍ମପୁର ଯାଏ ତନାଘନା ଜୋରଦାର । କିଲର ଏଏସଆଇ ଗୋପାଳ ଦାସ ନିଜ ଦୋଷ ମାନିଥିବା ବେଳେ ଏବେ ବି ପ୍ରଶ୍ନବାଚୀ ହୋଇଛି ରହିଛି ହତ୍ୟାର କାରଣ । କାହିଁକି ମାରିଲା ମୁହଁ ଖୋଲୁନି ଗୋପାଳ । କିନ୍ତୁ ଯୋଜନା କରି ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ହତ୍ୟା କରିଥିବା ସ୍ପଷ୍ଟ ହୋଇଛି ।

ହତ୍ୟାର ୫ଟି ସମ୍ଭାବ୍ୟ କାରଣକୁ ନେଇ ଏବେ ଚର୍ଚ୍ଚା ହେଉଛି । ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଜେରା ବେଳେ ଗୋପାଳ କ୍ରାଇମବ୍ରାଞ୍ଚକୁ କହିଛି ନିଜ ସମ୍ପର୍କୀୟଙ୍କୁ ଚାକିରି ନେଇ ରାଗ ଥିଲା । ସେହିପରି ବ୍ରଜରାଜନଗରରୁ ନିଜ ଜିଲ୍ଲା ଗଞ୍ଜାମକୁ ବଦଳି ନେଇ ତା ମନରେ କ୍ଷୋଭ ଥିଲା । ଏହି ଦୁଇଟି କାରଣ ସେ କହିଥିବା ବେଳେ ବିଶ୍ୱାସକୁ ନେଉନି ତଦନ୍ତକାରୀ ଟିମ୍‌ ।

ପୂର୍ବରୁ କିଛି ଶତ୍ରୁତା ଥିଲା କି ? ଯେଉଁଥିପାଇଁ ମନ୍ତ୍ରୀଙ୍କୁ ମର୍ଡର ପ୍ଲାନ୍‌ କରିଥିଲା କି ? ଗୋପାଳକୁ ଆକ୍ରୋଶ ଓ ଅପମାନଜନକ ବ୍ୟବହାର ହୋଇଥିଲା କି ? ଯାହାର ପ୍ରତିଶୋଧ କରିବାକୁ ଯୋଜନା କରିଥିଲା କିଲର ଏଏସଆଇ । ଗୋପାଳର ବଡ଼ ଭାଇ ସତ୍ୟନାରାୟଣ ଦାସ ବ୍ରଜରାଜନଗରରେ କରିଥିବା ହୋଟେଲକୁ ନେଇ କିଛି ସମସ୍ୟା ଥିଲା କି ? ଏସବୁ ଦିଗରେ ବି କ୍ରାଇମବ୍ରାଞ୍ଚ ତଦନ୍ତ ଚଳାଇଥିବା ବେଳେ ରିମାଣ୍ଡରେ ଗୋପାଳ ମୁହଁରୁ ସବୁ ସତ ବାହାର କରିବ ।

Share

Leave a Reply

Your email address will not be published. Required fields are marked *

4 − 1 =