ଅଧିକରୁ ଅଧିକ ନମୁନା ପରୀକ୍ଷଣ ଉପରେ ଗୁରୁତ୍ୱ

ଭୁବନେଶ୍ୱର ()ପ୍ରତିଦିନ ପରି ଆଜି ମଧ୍ୟ କରୋନା ସମ୍ପର୍କିତ ଅପଡ଼େଟ ଦେଇଛନ୍ତି ଆଇଇସି ମୁଖ୍ୟ ସୁବ୍ରତ ବାଗଚୀ । ସେ କହିଛନ୍ତି ଯେ ପୁରୀଠାରେ ୨ଶହ ଶଯ୍ୟା ବିଶିଷ୍ଟ କୋଭିଡ଼ ହସ୍ପିଟାଲ ପ୍ରସ୍ତୁତ ହୋଇସାରିଛି । ଅଧିକରୁ ଅଧିକ ନମୁନା ପରୀକ୍ଷଣ ଉପରେ ଗୁରୁତ୍ୱ ଦିଆଯାଉଛି । ନମୁନା ପରୀକ୍ଷଣ ପାଇଁ ଆଗେଇ ଆସିବାକୁ ଅନୁରୋଧ ସହ ଆହ୍ୱାନ ଦିଆଯାଇଛି । ସର୍ବସାଧାରଣ ସ୍ଥାନରେ ଛେପ ପକାଇବା ଦଣ୍ଡନୀୟ ଅପରାଧ । ଏଥିପାଇଁ ଜରିମାନାର ବ୍ୟବସ୍ଥା ମଧ୍ୟ କରାଯାଇଛି । ପାନ ଖାଆନ୍ତୁ ନାହିଁ କି ବାହାରେ ଛେପ ପକାନ୍ତୁ ନାହିଁ ।
ଏହାସହ ବିଶ୍ୱରେ ୨୧୦ଟି ଦେଶରେ କରୋନା ବ୍ୟାପିଛି । ବିଶ୍ୱରେ ୨୧ଲକ୍ଷ ୯୨ହଜାରରୁ ଅଧିକ ଆକ୍ରାନ୍ତ ରହିଛନ୍ତି । କରୋନାରେ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୪୭ହଜାର ଟପିଛି । ସେହିପରି ଦେଶରେ ବତ୍ତର୍ମାନ ସୁଦ୍ଧା ୪୩୭ ଲୋକଙ୍କ ମୃତ୍ୟୁ ହୋଇଛି । ଓଡ଼ିଶାରେ ୭୫୭୭ ସନ୍ଦିଗ୍ଧଙ୍କ ନମୁନାର ପରୀକ୍ଷା ହୋଇଛି । ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ସେଇ ୬୦ରେ ସୀମିତ ରହିଛି । ଏବେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୪୦ରେ ରହିଛି । ଏହାସହ ୧୯ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ଜଣଙ୍କର ମୃତ୍ୟୁ ହୋଇଛି । ରାଜ୍ୟରେ କରୋନ ପଜିଟିଭ ହାର କମିଛି । ଗତକାଲି ୦.୮୯% ଥିବାବେଳେ ଆଜି ପଜିଟିଭ୍ ହାର ୦.୭୯% ରେ ରହିଛି ବୋଲି ବାଗଚୀ କହିଛନ୍ତି ।

କୃଷି ଜନିତ ସମସ୍ୟା ପାଇଁ କୃଷି ଲାଇଭ କଲ୍ ସେଣ୍ଟର ନମ୍ବର ମଧ୍ୟ ଜାରି ହୋଇଛି । କୃଷି ଲାଇଭ କଲ ସେଣ୍ଟର ନମ୍ବର ହେଉଛି ୧୮୦୦-୧୦୨-୫୧୬୬ । ଏହି ନମ୍ବର ଦିନ ୧୨ଟାରୁ ରାତି ୮ଟା ପର୍ଯ୍ୟନ୍ତ ଖୋଲା ରହିବ । ସୋମବାରରୁ ଶନିବାର ପର୍ଯ୍ୟନ୍ତ ଏହି ନମ୍ବର ଖୋଲା ରହିବ । ଅନ୍ୟ ସମୟରେ ଚାଷୀମାନେ ନିଜର ସମସ୍ୟାକୁ ରେକର୍ଡ଼ କରାଯାଇପାରିବ । ପରେ କୃଷି ଟିମ୍ ୨୪ଘଣ୍ଟା ମଧ୍ୟରେ ଏହାର ଉତ୍ତର ରଖିବେ ।

Share

Leave a Reply

Your email address will not be published. Required fields are marked *

4 × four =