ସଂକ୍ରାମକ ରୋଗ ବିଲ୍‌ ପାରିତ

ଭୁବନେଶ୍ୱର()  ବିଧାନସଭାରେ ପାରିତ ହୋଇଛି ସଂକ୍ରାମକ ରୋଗ ବିଲ୍‌ ୨୦୨୦ । ବିରୋଧୀଙ୍କ ବିରୋଧ ସତ୍ତେ୍ୱ ଗୃହରେ ଏ ବିଲ୍‌ ପାରିତ ହୋଇଯାଇଛି । କରେନା ମହାମାରୀ ସଂକ୍ରମଣକୁ ରୋକିବାକୁ ସରକାର ଏଥିରେ କଠୋର ଦଣ୍ଡବିଧାନ ବ୍ୟବସ୍ଥା କରିଛନ୍ତି । କରୋନା ନିୟମ ଉଲ୍ଲଂଘନ କଲେ ଏଣିକି ଲକ୍ଷେ ଟଙ୍କା ଜରିମାନା ଦଣ୍ଡ ସହ ୨ ବର୍ଷ ଜେଲ୍‌ ଦଣ୍ଡ ହେବ ।

ଏ ଆଇନ କେବଳ ବିରୋଧୀଙ୍କୁ ସାବାଡ଼ କରିବାକୁ ସରକାର ଆଣିଛନ୍ତି ବୋଲି ବିରୋଧୀ ଅଭିଯୋଗ କରିଥିଲେ । ତେବେ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ କହିଲେ, ଏହା ଭୁଲ୍‌ କଥା । କେବଳ ଜନସାଧାରଣଙ୍କ ସ୍ୱାସ୍ଥ୍ୟର ସୁରକ୍ଷା ପାଇଁ ସରକାର ଏ ଆଇନ କରୁଛନ୍ତି ।

 

Share

Leave a Reply

Your email address will not be published. Required fields are marked *

20 − 5 =