ହାଲୁକାରେ ନିଅନି, ପ୍ରସ୍ତୁତ ରୁହ: ମୁଖ୍ୟ ସଚିବ

ଭୁବନେଶ୍ୱର() ରାଜ୍ୟ ସରକାରଙ୍କ ପକ୍ଷରୁ ବାତ୍ୟା ମୁକାବିଲା କରିବା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । ମୁଖ୍ୟ ଶାସନ ସଚିବ ଅସୀତ ତ୍ରିପାଠୀଙ୍କ ଅଧକ୍ଷତାରେ ସମ୍ଭାବ୍ୟ ବାତ୍ୟା ନେଇ ବୈଠକ ହୋଇଥିଲା । ସେହି ବୈଠକରେ ଏସଆରସି , ଡିଜିପି ଓ ପାଣିପାଗ ବିଭାଗ ନିର୍ଦ୍ଦେଶକ, ଏନଡ଼ିଆରଏଫର ବରିଷ୍ଠ ଅଧିକାରୀ ମଧ୍ୟ ଉପସ୍ଥିତ ରହିଥିଲେ । ବୈଠକ ଶେଷ ହେବା ପରେ ସମ୍ଭାବ୍ୟ ବାତ୍ୟା ମୁକାବିଲା ନେଇ ମୁଖ୍ୟ ଶାସନ ସଚିବ ସବୁ ଜିଲ୍ଲାପାଳ ଓ ଅଫିସରଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହାସହ ତିତଲି ଓ ଫୋନିର ଭୟାବହତା ଉପରେ ମନେପକାଇଛନ୍ତି । ପ୍ରାକୃତିକ ବିପର୍ଯ୍ୟୟ କେମିତି ମୁକାବିଲା ହୁଏ ଆପଣ ଭଲଭାବେ ଜାଣିଛନ୍ତି । ପାଣିପାଗ ବିଭାଗ ତାଙ୍କ କାମ କରନ୍ତୁ ଓ ଆପଣମାନେ ଆପଣଙ୍କ କାମ କରନ୍ତୁ ବୋଲି ସେ କହିଛନ୍ତିି । ସମ୍ଭାବ୍ୟ ବାତ୍ୟା ନେଇ ସଜାଗ ଓ ପ୍ରସ୍ତୁତ ରହିବାକୁ ସେ କହିଛନ୍ତି । କରୋନା ସହ ବାତ୍ୟା ଉପରେ ମଧ୍ୟ ନଜର ରଖିବାକୁ ପଡ଼ିବ ବୋଲି ସେ କହିଛନ୍ତି । ବାତ୍ୟା ମୁକାବିଲାରେ ଅନ୍ତର୍ଜାତୀୟ ସ୍ତରରେ ଓଡ଼ିଶା ପ୍ରଶଂସିତ ହୋଇଛି । ସମାନ ଢ଼ଙ୍ଗରେ ଏବେ ମୁକାବିଲା କରିବାକୁ କହିଛନ୍ତି ମୁଖ୍ୟ ଶାସନ ସଚିବ ।

Share

Leave a Reply

Your email address will not be published. Required fields are marked *

fifteen − eight =