Friday, October 30, 2026
Latestରାଜନୀତିରାଜ୍ୟ

୨୩୦ ବସ୍ତି ବାସିନ୍ଦାଙ୍କୁ ଭୂମି ପ୍ରମାଣପତ୍ର ବଣ୍ଟନ

ନୟାଗଡ()  ଶେଷରେ ବହୁ ପ୍ରତିକ୍ଷାର ଅନ୍ତ ଘଟିଛି। ଓଡିଶା ସରକାରଙ୍କ ଐତିହାସିକ ଜାଗା ମିଶନ ରେ ଆଜି ନୟାଗଡ଼ ପୌରାଞ୍ଚଳ ପକ୍ଷରୁ ସହରାଞ୍ଚଳର ୨୩୦ ବସ୍ତି ବାସିନ୍ଦା ତଥା ଭୂମିହୀନଙ୍କୁ ଭୂମି ପ୍ରମାଣପତ୍ର ପ୍ରଦାନ କରାଯାଇଛି।

 ଜାଗା ମିଶନ ଆନୁକୁଲ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ନୟାଗଡ଼ ବିଧାୟକ ତଥା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ଯୋଗ ଦେଇଥିବା ବେଳେ ଅନ୍ୟତମ ଅତିଥି ଭାବେ ଜିଲ୍ଲାପାଳ ଡ. ପୋମା ଟୁଡୁ, ପ୍ରକଳ୍ପ ନିର୍ଦ୍ଦେଶକ ସୁବାସ ଚନ୍ଦ୍ର ରାୟ ଯୋଗଦେଇଥିଲେ।

ଏହି କାର୍ଯ୍ୟକ୍ରମ ପୌରାଞ୍ଚଳ ନିର୍ବାହୀ ଅଧିକାରୀ ସନ୍ତୋଷ କୁମାର ଜେନାଙ୍କ ତତ୍ତ୍ଵାବଧନରେ ଆୟୋଜିତ ହୋଇଥିବା ବେଳେ ପୌର କର୍ମଚାରୀମାନେ ସହଯୋଗ କରିଥିଲେ।

Share

Leave a Reply

Your email address will not be published. Required fields are marked *

19 − five =