ପ୍ରଶାସନିକ ଦକ୍ଷତା : ରାଜସ୍ବ ଆୟରେ 8.10% ଅଭିବୃଦ୍ଧି

ଭୁବନେଶ୍ବର () ଚଳିତ ଆର୍ଥିକ ବର୍ଷ ସେପ୍ଟେମ୍ବର ଶେଷ ସୁଦ୍ଧା ରାଜ୍ୟର ରାଜସ୍ବ ସଂଗ୍ରହେ 8.10 ପ୍ରତିଶତ ଅଭିବୃଦ୍ଧି ଘଟିଛି । ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଚିବସ୍ତରୀୟ ବୈଠକରୁ ଏହା ଜଣାପଡିଛି । ବିଭିନ୍ନ ବିଭାଗର ଆର୍ଥିକ ପରିଚାଳନା କାର୍ଯ୍ୟ ସମୀକ୍ଷା କରି ମୁଖ୍ୟ ଶାସନ ସଚିବ ବଜେଟ ବିନିଯୋଗକୁ ତ୍ବରାନ୍ବିତ କରି ଡିସେମ୍ବର ମାସ ଶେଷ ସୁଦ୍ଧା ଅତିକମରେ ଆବଣ୍ଟିତ ଅର୍ଥର 60 ପ୍ରତିଶତ ବିନିଯୋଗ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ଗତ ସାଧାରଣ ନିର୍ବାଚନ ଓ ଆଦର୍ଶ ଆଚରଣ ବିଧି ଯୋଗୁଁ ଖର୍ଚ୍ଚ ହୋଇପାରିନଥିବା ପ୍ରକଳ୍ପ ଗୁଡିକରେ ବିନିଯୋଗ ସୂଚୀକୁ ସଦ୍ୟତମ କରିବା ସହ ଚଳିତ ଆର୍ଥିକ ବର୍ଷ ପାିଁ ଆବଶ୍ୟକ ଅର୍ଥ ପରିଣାର ପୁନଃ ଆକଳନ କରିବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଥିଲେ । ଜିଲ୍ଲା ପରିଦର୍ଶନ କାର୍ଯ୍ୟକ୍ରମକୁ ମଧ୍ୟ ଅଧିକ ପ୍ରଭାବଶାଳୀ ଏବଂ ଫଳପ୍ରସୁ କରିବା ପାଇଁ ସେ ଦାୟିତ୍ବ ଦିଆଯାଇଥିବା ଅଧିକାରୀମାନଙ୍କୁ କହିଥିଲେ ।

ଏହି ବୈଠକରେ ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବ ଅଶୋକ କୁମାର ମୀନା ସେପ୍ଟେମ୍ବର ମାସ ଶେଷ ସୁଦ୍ଧା ରାଜସ୍ବ ସଂଗ୍ରହ ଓ ବଜେଟ ବିନିଯୋଗ ସମ୍ବନ୍ଧିତ ବିଷୟବସ୍ତୁ ଉପରେ ଆଲୋଚନା କରିଥିଲେ । ସେ କହିଥିଲେ ଯେ, 2020-21 ଆର୍ଥିକ ବର୍ଷ ପାଇଁ ଆର୍ଥିକ କୌଶଳ ପତ୍ର ବା ଫିସକାଲ ଷ୍ଟ୍ରେଟେଜି ପେପର ଡିସେମ୍ବର ମାସ ଶେଷ ସୁଦ୍ଧା ପ୍ରସ୍ତୁତ ହେବ ଏବଂ ପ୍ରାକ-ବଜେଟ ଆଲୋଚନା ଡେସେମ୍ବର 16ରୁ 31 ମଧ୍ୟରେ ହେବ । 2019-20 ଆର୍ଥିକ ବର୍ଷର ସପ୍ଲିମେଣ୍ଟାରୀ ବଜେଟ ନଭେମ୍ବର ମାସ ମଧ୍ୟ ଭାଗରେ ଉପସ୍ଥାପନ ହେବ । ତଦନୁଯାୟୀ ପୂର୍ବ ନିର୍ଦ୍ଧାରିତ ତାରିଖ ଅନୁସାରେ ବିଭିନ୍ନ ବିଭାଗମାନେ ନିଜ ନିଜର ଆବଶ୍ୟକତା ବିଷୟରେ ଜଣାଇବାକୁ ଅର୍ଥ ସଚିବ ପରାମର୍ଶଦେଇଥିଲେ ।

ଚଳିତ ଆର୍ଥିକ ବର୍ଷ ସେପ୍ଟେମ୍ବର ଶେଷ ସୁଦ୍ଧା ପ୍ରାୟ 6186 କୋଟି 48 ଲକ୍ଷ ଟଙ୍କା ଅଣଟିକସ ରାଜସ୍ବ ବାବଦରେ ସଂଗ୍ରହ ହୋଇ ଏ କ୍ଷେତ୍ରରେ 10.46 ପ୍ରତିଶତ ଅଭିବୃଦ୍ଧି ହୋଇଛି । ଖଣି ରାଜସ୍ବ ଆଦାୟରେ ପ୍ରାୟ 14 ପ୍ରତିଶତ ଏବଂ ଜଳ ଟିକସ ବାବଦରେ ପ୍ରାୟ 46 ପ୍ରତିଶତ ଅଭିବୃଦ୍ଧି ହୋଇଛି । ସେହିପରି ନିଜସ୍ବ ଟିକସ କ୍ଷେତ୍ରରେ ମଧ୍ୟ 7.16 ପ୍ରତିଶତ ବୃଦ୍ଧି ହୋଇଛି । ଗତ ଆର୍ଥିକ ବର୍ଷ ସେପ୍ଟେମ୍ବର ଶେଷ ସୁଦ୍ଧା ନିଜସ୍ବ ଟିକସ ସଂଗ୍ରହ ବାବଦରେ 14, 049 କୋଟି ଟଙ୍କା ଆଦାୟ ହୋଇଥିଲା ବେଳେ ଏବର୍ଷ ସେପ୍ଟେମ୍ବର ଶେଷ ସୁଦ୍ଧା 15 ହଜାର କୋଟି ଟଙ୍କା ଆଦାୟ ହୋଇଛି । ସମାନଭାବେ ବଜେଟ ବିନିଯୋଗରେ ମଧ୍ୟ 9.15 ପ୍ରତିଶତ ଅଭିବୃଦ୍ଧି ହୋଇଛି ।

Share

Leave a Reply

Your email address will not be published. Required fields are marked *

5 × two =