ବିଧାୟିକାଙ୍କ କାର୍ ଧକ୍କାରେ ଜଣେ ମୃତ,୩ ଆହତ

ଟାଙ୍ଗୀ() ସାନଖେମୁଣ୍ଡି ପୂର୍ବତନ ବିଧାୟିକା ନନ୍ଦିନୀ ଦେବୀଙ୍କ ଗାଡି ଧକ୍କାରେ ଜଣଙ୍କର ମୃତ୍ୟୁ ଘଟିଛି। ଆଜି ସକାଳ ପ୍ରାୟ ସାଢ଼େ ୯ଟା ବେଳେ ଏକ ସ୍କୁଟିରେ ଛଇଳ ନିଜ ଦୁଇ ପିଲା ଓ ନଣନ୍ଦେଇଙ୍କ ସହ ବାପ ଘର ନାଚୁଣୀ ଫାଣ୍ଡି କୁମାଣ୍ଡଳ ଗାଁରୁ ନୟାଗଡ଼ ଜିଲ୍ଲା ଓଡ଼ଗାଁର ଶଙ୍ଖେଇ ଯାଉଥିଲେ। ଏହି ସମୟରେ କହ୍ନେଇପୁର ଛକଠାରେ ବିଧାୟିକାଙ୍କ କାର୍ ତାଙ୍କ ସ୍କୁଟିକୁ ପଛପଟୁ ଧକ୍କା ଦେଇଥିଲା। ସ୍ଥାନୀୟ ଲୋକେ ସମସ୍ତଙ୍କୁ ଉଦ୍ଧାର କରି ବାଲୁଗାଁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ଛଇଳଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ।

ପୁଲିସ୍ କାର୍ ଡ୍ରାଇଭରଙ୍କୁ ଅଟକ ରଖି ଘଟଣାର ତଦନ୍ତ ଆରମ୍ଭ କରିଛି। ପୁଲିସ୍ର ସୂଚନାଅନୁସାରେ ଦୁର୍ଘଟଣାଗ୍ରସ୍ତ ଗାଡ଼ିରେ ନନ୍ଦିନୀ ଦେବୀ ଉପସ୍ଥିତ ଥିଲେ।ଦୁର୍ଘଟଣାରେ ନନ୍ଦିନୀ ଦେବୀ ମଧ୍ୟ ଆହତ ହୋଇଥିବା ସୂଚନା ମିଳିଛି। ତାଙ୍କୁ ଭୁବନେଶ୍ବରର ଏକ ଘରୋଇ ମେଡିକାଲରେ ଭର୍ତ୍ତି କରାଯାଇଛି।

Share

Leave a Reply

Your email address will not be published. Required fields are marked *

4 × three =