28 ତାରିଖ 2.30ରେ ଖୋଲିବ ବାରବାଟି ଷ୍ଟାଡିୟମ

ଭୁବନେଶ୍ବର: ହକି ବିଶ୍ବକପ ପାଇଁ ଆସନ୍ତାକାଲି ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମରେ ଉଦଘାଟନୀ ଉତ୍ସବ ହେବାକୁ ଥିବାବେଳେ ଆସନ୍ତା ୨୮ ତାରିଖରେ କଟକ ବାରବାଟୀ  ଷ୍ଟାଡିୟମରେ ଏକ ସାଂସ୍କୃତିକ କାର୍ଯ୍ୟକ୍ରମର ବ୍ୟବସ୍ଥା କରାଯାଇଛି । ତେବେ କଟକ ଉତ୍ସବ ପାଇଁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ବୋଲି କଟକ ଡିସିପି ଅଖିଳେଶ୍ବର ସିଂହ ସୂଚନା ଦେଇଛନ୍ତି । ୨୮ ତାରିଖ ସନ୍ଧ୍ୟା ୫.୩୦ରେ ଉଦଘାଟନୀ ଉତ୍ସବ ଆରମ୍ଭ ହେବାକୁ ଥିବାବେଳେ ଦିନ ୨.୩୦ରେ ବାରବାଟୀ ଷ୍ଟାଡିୟମ ଖୋଲାଯିବ । ଉଦଘାଟନୀ ଉତ୍ସବ ପାଇଁ ପ୍ରାୟ ୪୫ ପ୍ଲାଟୁନ ଫୋର୍ସ ମୁତୟନ ହେବେ ବୋଲି  ଡିସିପି ଅଖିଳେଶ୍ବର ସିଂହ ସୂଚନା ଦେଇଛନ୍ତି ।

ଅନ୍ୟପକ୍ଷରେ କଟକ ଉତ୍ସବରେ ଦବଙ୍ଗ ସଲମାନ ଖାନ ଯୋଗଦେବେ ବୋଲି ଚର୍ଚ୍ଚା ଜୋର ଧରିଛି । ବାରବାଟୀରେ ଏ.ଆର ରେହମାନ ସଙ୍ଗୀତ ପରିବେଷଣ କରିବାକୁ ଥିବାବେଳେ ସଲମାନ ଏଥିରେ ଯୋଗଦେବେ ବୋଲି କୁହାଯାଉଛି । ତେବେ ସଲମାନ ଅତିଥିଭାବେ ଆସିବେ ନା କାର୍ଯ୍ୟକ୍ରମ ପରିବଷେଣ କରିବେ ସେନେଇ କିଛି ଜଣାପଡ଼ିନାହିଁ । ଏହି କାର୍ଯ୍ୟକ୍ରମରେ ବାହୁବଳୀ ପ୍ରଭାସ ବି ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।

Share

Leave a Reply

Your email address will not be published. Required fields are marked *

11 + ten =