ଜାଗର ଯାତ୍ରା ହେଲା ଶେଷ ଯାତ୍ରା

ଜାଗର ଯାତ୍ରା ହେଲା ଶେଷ ଯାତ୍ରା । ଯାଜପୁର ଜିଲ୍ଲା ଚଣ୍ଡିଖୋଲର ପ୍ରସିଦ୍ଧ ଶୈବପୀଠ ମହାବିନାୟକଙ୍କ ଦର୍ଶନ ପାଇଁ ଆସୁଥିବା ବେଳେ ଦମ୍ପତି ଦୁର୍ଘଟଣାଗ୍ରସ୍ତ । ଯାହାଫଳରେ ଘଟଣାସ୍ଥଳରେ ହିଁ ନବବିବାହିତା ମହିଳାଙ୍କ ମୃତ୍ୟୁ ହୋଇଛି।ସୂଚନା ଅନୁଯାୟୀ, ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ ସରଡା ଅଂଚଳର ନିରୋଦ ପଣ୍ଡା ଓ ତାଙ୍କ ପତ୍ନୀ ଯାଜ୍ଞଶ୍ୱନୀ ପଣ୍ଡା ବାଇକ ଯୋଗେ ଆଜି ଚଣ୍ଡିଖୋଲ ମହାବିନାୟକ ଦର୍ଶନ ନିମନ୍ତେ ଆସୁଥିବା ବେଳେ ୧୬ନଂ ଜାତୀୟ ରାଜପଥର ଜାରକା ନିକଟ ଭାଲୁଖାଇ ଛକ ନିକଟରେ ଏକ ଟ୍ରକ ତାଙ୍କୁ ଧକ୍କା ଦେଇଥିଲେ ।
ଫଳରେ ଘଟଣାସ୍ଥଳରେ ହିଁ ଯାଜ୍ଞଶ୍ୱନୀଙ୍କ ମୃତ୍ୟୁ ଘଟିଛି । ସ୍ଥାନୀୟ ଲୋକେ ତାଙ୍କୁ ଧର୍ମଶାଳା ମେଡିକାଲରେ ଭର୍ତି କରିଥିବା ବେଳେ ଖବର ପାଇ ଧର୍ମଶାଳା ପୋଲିସ ଘଟଣାର ତଦନ୍ତ କରୁଛି । ତେବେ ପ୍ରାୟ ଏକ ମାସ ତଳେ ନିରୋଦ ଯାଜ୍ଞଶ୍ୱନୀଙ୍କୁ ବିବାହ କରିଥିବା ସୂଚନା ମିଳିଛି ।

Share

Leave a Reply

Your email address will not be published. Required fields are marked *

four × 5 =