Friday, October 30, 2026
Latestରାଜ୍ୟ

ଶୂନ ରେଜଲ୍ଟ କରିଥିବା ୮୨ଟି ସ୍କୁଲକୁ ନୋଟିସ

କଟକ ()  ଜିରୋ ରେଜଲ୍ଟ ହୋଇଥିବା ୮୨ଟି ସ୍କୁଲଗୁଡ଼ିକୁ ନୋଟିସ୍ ଦିଆଯାଇଛି । ତାସହ କାହିଁକି ଏସବୁ ସ୍କୁଲରେ ଶୂନ ରେଜଲ୍ଟ ହୋଇଛି ତାର ସମୀକ୍ଷା କରାଯିବ ବୋଲି କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ।

ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ଆଜି ମାଧ୍ୟମିକ ଶିକ୍ଷା ପରିଷଦ କାର୍ୟ୍ୟାଳୟକୁ ଗସ୍ତ କରିଥିଲେ। ଏହି ଅବସରରେ ସେ କହିଛନ୍ତି,“ ମୁଁ ମନ୍ତ୍ରୀ ହେବା ପରେ ବୋର୍ଡ ଅଫିସକୁ ସୌଜନ୍ୟ ମୂଳକ ଭାବେ ବୁଲିବାକୁ ଆସିଥିଲି। ବୋର୍ଡ ସଭାପତି ଜାହାନ ଆରା ବେଗମଙ୍କ ସହ ଆଲୋଚନା କଲି। ଶୂନ ରେଜଲ୍ଟ କରିଥିବା ସ୍କୁଲକୁ ମୁଁ ନିଜେ ଗସ୍ତ କରିବି। କ’ଣ ଅସୁବିଧା ରହିଛି ସେ ନେଇ ସମୀକ୍ଷା କରାଯିବ ଓ ଆବଶ୍ୟକ ପଦକ୍ଷେପ ନିଆଯିବ।”

Share

Leave a Reply

Your email address will not be published. Required fields are marked *

19 − seven =