ଆଜି ୬୩ ଆକ୍ରାନ୍ତଙ୍କ ମୃତ୍ୟୁ

ଭୁବନେଶ୍ୱର: ଦିନକ ମଧ୍ୟରେ ରାଜ୍ୟରେ ୬୩ ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି। ସେମାନଙ୍କ ମଧ୍ୟରୁ ଅନୁଗୁଳ ଜିଲା ଓ ବଲାଙ୍ଗୀର ଜିଲାରୁ ଜଣେ ଲେଖାଏଁ ପ୍ରାଣ ହରାଇଛନ୍ତି। ବାଲେଶ୍ୱର ଜିଲାରୁ ୨ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ବରଗଡ ଜିଲାରେ ୭ ଜଣଙ୍କର ମୃତ୍ୟୁ ଘଟିଥିବା ଜଣାଯାଇଛି। ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୧୩ ଜଣଙ୍କର କରୋନାରେ ଜୀବନ ଯାଇଛି। ସେମାନଙ୍କ ମଧ୍ୟରେ ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରୁ ୯ ଜଣ ରହିଛନ୍ତି।ସେହିଭଳି ବଉଦ ଜିଲାରୁ ୩ ଜଣ, ଢେଙ୍କାନାଳ ଜିଲାରୁ ୪, ଗଜପତିରୁ ଜଣେ, ଗଞ୍ଜାମରୁ ୫ ଜଣ, ଜଗତସିଂହପୁରରୁ ୨ ଜଣଙ୍କର ମୃତ୍ୟୁ ଘଟିଛି। ଯାଜପୁର ଜିଲାରୁ ୩ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ କନ୍ଧମାଳରୁ ଜଣେ, କେନ୍ଦ୍ରାପଡାରୁ ୪, କେନ୍ଦୁଝର ଜିଲାରୁ ୨ ଜଣଙ୍କର ମୃତ୍ୟୁ ଘଟିଛି। ମୟୁରଭଞ୍ଜ ଜିଲାରୁ ୬ ଜଣ ପ୍ରାଣ ହରାଇଥିବାବେଳେ ନୟାଗଡ ଜିଲାରୁ ୩, ପୁରୀ ଜିଲାରୁ ୫ ଜଣଙ୍କର ମୃତ୍ୟୁ ଘଟିଛି।

Share

Leave a Reply

Your email address will not be published. Required fields are marked *

3 + 18 =