କୋରାପୁଟ ଓ ନବରଙ୍ଗପୁର ଜିଲ୍ଲା ଗସ୍ତରେ ୫-ଟି ସଚିବ

କୋରାପୁଟ: ରାଜ୍ୟ ସରକାରଙ୍କ ଫୋକସରେ ଉପାନ୍ତର ବିକାଶ । ସରକାରଙ୍କ ସ୍ୱପ୍ନ ଆଧାରରେ କେତେ ଆଗେଇଛି କାମ । ଯାହାକୁ ତଦାରଖ କରୁଛନ୍ତି ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ବା ୫ଟି ସଚିବ ଭି.କେ ପାଣ୍ଡିଆନ । ପ୍ରତିଦିନ ବିଭିନ୍ନ ଜିଲ୍ଲା ଗସ୍ତ କରି ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟର ସମୀକ୍ଷା କରୁଛନ୍ତି । ତେବେ ବୁଧବାର ସକାଳୁ ସକାଳୁ ନବରଙ୍ଗପୁର ଜିଲ୍ଲା ଏବଂ କୋରାପୁଟ ଜିଲ୍ଲା ଗସ୍ତ କରିଛନ୍ତି ୫-ଟି ସଚିବ । ତାଙ୍କ ସହ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ମଧ୍ୟ ଏହି ଗସ୍ତରେ ଅଛନ୍ତି । କୋରାପୁଟରେ ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜର ସ୍ଥିତି ସମୀକ୍ଷା କରିବେ ଦୁଇ ସଚିବ । ଅକ୍ସିଜେନ ପ୍ଲାଂଟର ନିର୍ମାଣ କାର୍ଯ୍ୟ ଓ କୋଭିଡ ସ୍ଥିତିର ମଧ୍ୟ ସମୀକ୍ଷା କରିବେ । ବାଳିକା ଉଚ୍ଚବିଦ୍ୟାଳୟର ସ୍ମାର୍ଟ କ୍ଲାସରୁମର ନିର୍ମାଣ କାର୍ଯ୍ୟର ସମୀକ୍ଷା ବି କରିବେ ଦୁଇ ସଚିବ । ନବରଙ୍ଗପୁରରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା ହେବ । ଜିଲ୍ଲା ମେଡିକାଲରେ ନିର୍ମାଣାଧୀନ ଅକ୍ସିଜେନ ପ୍ଲାଂଟର ସମୀକ୍ଷା, ରାଜା ଚୈତନ୍ୟ ବିଦ୍ୟାଳୟର ରୂପାନ୍ତରଣ କାର୍ଯ୍ୟକ୍ରମର ଅନୁଧ୍ୟାନ ସହ ଡାଇଭଟ୍ଟାରେ ମେଗା ଉଠା ଜଳସେଚନ ପ୍ରକଳ୍ପର ସମୀକ୍ଷା କରିବେ ଦୁଇ ସଚିବ ।

Share

Leave a Reply

Your email address will not be published. Required fields are marked *

two + 5 =