କ୍ଷତିଗ୍ରସ୍ତ ଦୋକାନୀଙ୍କୁ ତୁରନ୍ତ ଥଇଥାନ ପାଇଁ ୫ଟି ସଚିବଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର() ଆଜି ଏକାମ୍ର କ୍ଷେତ୍ର ଯୋଜନାର ସମୀକ୍ଷା କରିଛନ୍ତି 5T ସଚିବ ଭି.କେ. ପାଣ୍ଡିଆନ‌ । ବିକଳ୍ପ ରାସ୍ତା ନିର୍ମାଣ ଓ ଭଗ୍ନାବଶେଷ ସଫେଇ କାମ ତ୍ୱରାନ୍ୱିତ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି । କ୍ଷତିଗ୍ରସ୍ତ ଦୋକାନୀଙ୍କୁ ତୁରନ୍ତ ଥଇଥାନ ପାଇଁ ପାଣ୍ଡିଆନ୍‌ ନିର୍ଦ୍ଦେଶ ଦେଇଛନ୍ତି ।

ତେବେ ଗତ ସପ୍ତାହରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରକଳ୍ପ ପରିଦର୍ଶନ କରି ଅଗ୍ରଗତି ନେଇ ସନ୍ତୋଷ ବ୍ୟକ୍ତ କରିଥିଲେ । ଆଜି ଫାଇଭ୍‌ ଟି ସଚିବଙ୍କ ସହ ପୂର୍ତ୍ତ ସଚିବ କିଷନ କୁମାର, ବିଏମ୍‌ସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ ଓ ଅନ୍ୟ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ ।

Share

Leave a Reply

Your email address will not be published. Required fields are marked *

seventeen − eleven =