Friday, October 30, 2026
Latestରାଜ୍ୟ

ଶ୍ରୀମନ୍ଦିରରେ ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ

ପୁରୀ: ଆଜି ୪ ଘଣ୍ଟା ଲାଗି ଶ୍ରୀମନ୍ଦିରରେ ବନ୍ଦ ରହିବ ସର୍ବସାଧାରଣ ଦର୍ଶନ । ଆଜି ଭାଦ୍ରବ ମାସ କୃଷ୍ଣ ତୃତୀୟା ତିଥି। ଏହି ଅବସରରେ ଆଜି ମହାପ୍ରଭୁଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ। ବନକଲାଗି ବା ଶ୍ରୀମୁଖ ଶୃଙ୍ଗାର ନୀତି ଗୁପ୍ତ ନୀତି ହୋଇଥିବାରୁ ଅପରାହ୍ନ ୪ଟାରୁ ରାତି ୮ଟା ପର୍ୟ୍ୟନ୍ତ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସର୍ବସାଧାରଣ ଦର୍ଶନ ବନ୍ଦ ରଖାଯାଇଛି। ଦ୍ୱିତୀୟ ଭୋଗମଣ୍ଡପ ପରେ ଶ୍ରୀଜିଉଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ। ଏହାପରେ ଆସନ୍ତାକାଲି ଠାରୁ ପୁଣି ସର୍ବସାଧାରଣ ସକାଳ ୭ଟାରେ ମହାପ୍ରଭୁଙ୍କୁ ଦର୍ଶନ କରିବେ।

Share

Leave a Reply

Your email address will not be published. Required fields are marked *

18 − 5 =