ଦରମା କି ପାରିତୋଷିକ ନେବେନି ଉପଦେଷ୍ଟା

ଭୁବନେଶ୍ୱର () ବିଭିନ୍ନ ବିଭାଗରେ ବିଜେଡି ନେତାଙ୍କୁ ଉପଦେଷ୍ଟା ଭାବେ ନିଯୁକ୍ତିକୁ ନେଇ ବିରୋଧୀ ଦଳଗୁଡିକ ରାଜନୀତି କରୁଥିବା ବେଳେ ଆଜି ଏହି ପରାମର୍ଶଦାତାମାନେ ସରକାରଙ୍କ ଠାରୁ ଦରମା କି ପାରିତୋଷିକ ନେବାକୁ ମନା କରିଦେଇଛନ୍ତି । ଆଜି ଏ ସମ୍ପର୍କରେ ଉପଦେଷ୍ଟାମାନେ ମିଳିତ ଭାବେ ମୁଖ୍ୟମନ୍ତ୍ରୀଙ୍କୁ ଲିଖିତ ଭାବେ ଏହି ଅନୁରୋଧ କରିଛନ୍ତି ।

ଉପଦେଷ୍ଟା ଭାବେ ନିଯୁକ୍ତ ବିଜେଡି ନେତାମାନଙ୍କର ଏଭଳି କାର୍ଯ୍ୟ ସେମାନଙ୍କ ନିଃସ୍ୱାର୍ଥପର ମନୋଭାବ ପରିଚୟ ଦେଉଛି । ଏଥିସହ ଏହା ରାଜ୍ୟବାସୀଙ୍କ ସେବାପାଇଁ ସେମାନଙ୍କ ଉତ୍ସର୍ଗୀକୃତ ଭାବର ପରିପ୍ରକାଶ କରୁଛି । ନିକଟରେ ମୁଖ୍ୟମନ୍ତ୍ରୀ କିଛି ବିଜେଡି ନେତାଙ୍କୁ ବିଭିନ୍ନ ବିଭାଗରେ ଉପଦେଷ୍ଟା ଭାବେ ଦାୟିତ୍ୱ ଦେଇଛନ୍ତି । ବିରୋଧୀ ଏଭଳି ନିଯୁକ୍ତିକୁ ରାଜନୈତିକ ଥଇଥାନ ଓ ରାଜକୋଷ ଉପରେ ଅତିରିକ୍ତ ଆର୍ଥିକ ବୋଝ ପଡିବ ବୋଲି ଅଭିଯୋଗ କରୁଥିଲା ।

ଏହି ଉପଦେଷ୍ଟାମାନଙ୍କୁ ରାଜ୍ୟ ସରକାର ରାଷ୍ଟ୍ରମନ୍ତ୍ରୀ ପାହ୍ୟା ଦେଇଛନ୍ତି । ଏହି ନେତାମାନେ ବିଭିନ୍ନ ବିଭାଗରେ କାର୍ଯ୍ୟକାରୀ ହେଉଥିବା ଯୋଜନାକୁ କିଭଳି ଲୋକଙ୍କ ପାଖରେ ପହଂଚାଯିବ ଏବଂ ଏହାର କାର୍ଯ୍ୟକରିତାରେ କିଛି ସମସ୍ୟା ସମ୍ପର୍କରେ ବିଭାଗୀୟ ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇ ଆବଶ୍ୟକ ପରାମର୍ଶ ଦେବେ । ମୁଖ୍ୟମନ୍ତ୍ରୀଙ୍କୁ ଲେଖିଥିବା ଅନୁରୋଧପତ୍ରରେ ଉପଦେଷ୍ଟାମାନେ ରାଜ୍ୟର ବିକାଶ ପାଇଁ ସେମାନେ ଉତ୍ସର୍ଗୀକୃତ ହୋଇ କାର୍ଯ୍ୟ କରିବେ ବୋଲି

Share

Leave a Reply

Your email address will not be published. Required fields are marked *

5 × two =