ଆଜି ରାଜ୍ୟରେ ୩୩୧୯ ନୂଆ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଗୋଟିଏ ଦିନରେ ଆଉ ୩୩୧୯ ଜଣ ନୂଆ କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି । ସେମାନଙ୍କ ମଧ୍ୟରୁ ସଂଗରୋଧରୁ ୧୮୯୬ ଓ ସ୍ଥାନୀୟ ସଂକ୍ରମିତ ୧୪୨୩ ଜଣ ଚିହ୍ନଟ ହୋଇଥିବା ଜଣାଯାଇଛି । ଚିହ୍ନଟ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ଅନୁଗୁଳ ଜିଲାରୁ ୧୧୬, ବାଲେଶ୍ୱର ୩୯୭, ବରଗଡ ୪୭, ଭଦ୍ରକ ୧୬୩, ବଲାଙ୍ଗୀର ୧୦, ବଉଦ ୧୬, କଟକ ୫୬୬, ଦେବଗଡ ୪, ଢେଙ୍କାନାଳ ୬୯, ଗଜପତି ୧୨, ଗଞ୍ଜାମ ୧୮, ଜଗତସିଂହପୁର ୧୩୦, ଯାଜପୁର ୧୯୪, ଝାରସୁଗୁଡା ୧୧, କଳାହାଣ୍ଡି ୩୧ ଏବଂ କନ୍ଧମାଳ ଜିଲାରୁ ୨୩ ଜଣ ରହିଛନ୍ତି ।

ସେହିଭଳି କେନ୍ଦ୍ରାପଡାରୁ ୧୩୪, କେନ୍ଦୁଝର ୬୫, ଖୋର୍ଦ୍ଧା ୪୪୦, କୋରାପୁଟ ୫୯, ମାଲକାନଗିରି ୭୧, ମୟୁରଭଞ୍ଜ ୧୯୯, ନବରଙ୍ଗପୁର ୩୯, ନୟାଗଡ ୧୧୧, ନୂଆପଡା ୪, ପୁରୀ ୧୭୫, ରାୟଗଡା ୪୩, ସମ୍ବଳପୁର ୨୯, ସୋନପୁର ୧୭, ସୁନ୍ଦରଗଡ ୩୬ ଏବଂ ଷ୍ଟେଟପୁଲରୁ ୯୦ ଜଣ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ମୋଟ ୮୬୭୪୦୨ ଜଣ ଆରୋଗ୍ୟ ଲାଭ କରିସାରିଥିବାବେଳେ ୩୨୪୦୪ ଜଣ ସକ୍ରିୟ ଆକ୍ରାନ୍ତ ରହିଛନ୍ତି।

Share

Leave a Reply

Your email address will not be published. Required fields are marked *

2 × three =