ପ୍ରକାଶ ପାଇଲା ଯୁକ୍ତ ଦୁଇ କଟଅଫ୍ ମାର୍କ

ଭୁବନେଶ୍ୱର() +୨ ନାମଲେଖା ପାଇଁ ମେଧା ତାଲିକା ବା କଟଅଫ୍ ମାର୍କ ଆଜି ପ୍ରକାଶ ପାଇଛି । ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ମେଧା ତାଲିକା ପ୍ରକାଶ ପାଇଛି । ବିଜ୍ଞାନ, ବାଣିଜ୍ୟ ଓ କଳାରେ ପ୍ରଥମ ସ୍ଥାନରେ ରହିଛି ରେଭେନ୍ସା ।

ବିଜ୍ଞାନରେ ୮୯% ସହ ପ୍ରଥମ ସ୍ଥାନରେ ରହିଛଇ ରେଭେନ୍ସା । ସେହିପରି ୮୮.୬% ସହ ବିଜେପି କଲେଜ ଦ୍ୱିତୀୟ ସ୍ଥାନରେ ରହିଛି ।

ସେହିପରି କଳାରେ ୭୨.୫% ସହ ପ୍ରଥମ ସ୍ଥାନରେ ରହିଛି ରେଭେନ୍ସା । ୭୧.୮୩% ସହ ବିଜେବି କଲେଜ ଦ୍ୱିତୀୟ ସ୍ଥାନରେ ରହିଛି ।

ବାଣିଜ୍ୟରେ ୭୫.୮୩% ସହ ପ୍ରଥମ ସ୍ଥାନରେ ରହିଛି ରେଭେନ୍ସା । ୭୫.୫% ସହ ଦ୍ୱିତୀୟ ସ୍ଥାନରେ ରହିଛି ରାଉରକେଲା ହାଇଅର ସେକେଣ୍ଡାରୀ ସ୍କୁଲ । ଏହା ସହ ଆସନ୍ତା ୨୧ ତାରିଖରୁ ନାମଲେଖା ଆରମ୍ଭ ହେବ ।

Share

Leave a Reply

Your email address will not be published. Required fields are marked *

3 × 4 =