ଆଜି ରାଜ୍ୟରେ ୧୯୨୭ ନୂଆ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ଓଡ଼ିଶାରେ ଗତ ୨୪ ଘଣ୍ଟା ମଧ୍ୟରେ ୧୯୨୭ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୪୯୮ ଜଣ ରହିଛନ୍ତି। ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରେ ସଂଗରୋଧରୁ ୧୧୧୫ ଓ ସ୍ଥାନୀୟ ସଂକ୍ରମିତ ୮୧୨ ଜଣ ରହିଛନ୍ତି।

ଦିନକ ମଧ୍ୟରେ ଅନଗୁଳ ଜିଲାରୁ ୫୫, ବାଲେଶ୍ୱର ୧୧୧, ବରଗଡ ୨୭, ଭଦ୍ରକ ୧୯, ବଲାଙ୍ଗିର ୧୧ ଏବଂ ବଉଦ ଜିଲାରୁ ୭ ଜଣ ଚିହ୍ନଟ ହୋଇଛନ୍ତି। ସେହିଭଳି କଟକ ଜିଲାରୁ ୨୪୮, ଦେବଗଡ ୬, ଢେଙ୍କନାଳ ୭୫, ଗଜପତି ୪, ଗଞ୍ଜାମ ୧୦ ଏବଂ ଜଗତସିଂହପୁର ଜିଲାରୁ ୯୧ ଚିହ୍ନଟ ହୋଇଛନ୍ତି। ଏହି ସମୟ ମଧ୍ୟରେ ଯାଜପୁରରୁ ୧୨୩, ଝାରସୁଗୁଡା ୮, କଳାହାଣ୍ଡି ୭, କନ୍ଧମାଳ ୮, କେନ୍ଦ୍ରାପଡା ୭୩ ଏବଂ କେନ୍ଦୁଝର ଜିଲାରୁ ୩୨ ଜଣଙ୍କୁ ଚିହ୍ନଟ କରାଯାଇଛି।
କୋରାପୁଟ ଜିଲାରୁ ୮, ମାଲକାନଗିରି ୧୮, ମୟୁରଭଞ୍ଜ ୯୦, ନବରଙ୍ଗପୁର ୧୫, ନୟାଗଡ ୬୪, ନୂଆପଡା ୫, ପୁରୀ ୧୦୩, ରାୟଗଡା ୨୨, ସମ୍ବଲପୁର ୩୩, ସୋନପୁର ୮, ସୁନ୍ଦରଗଡ ୩୮ ଏବଂ ଷ୍ଟେଟପୁଲରୁ ୧୦୦ ଜଣ ଚିହ୍ନଟ ହୋଇଛନ୍ତି।

Share

Leave a Reply

Your email address will not be published. Required fields are marked *

16 − 13 =