ଆଜି ହରେକୃଷ୍ଣ ମହତାବଙ୍କ ୧୨୨ତମ ଜୟନ୍ତୀ 

ଭୁବନେଶ୍ୱର: ଓଡ଼ିଶାର ପ୍ରଥମ ମୁଖ୍ୟମନ୍ତ୍ରୀ ତଥା ଉକ୍ରଳ ନିର୍ମାତା ହରେକୃଷ୍ଣ ମହତାବଙ୍କ ଆଜି ୧୨୨ତମ ଜୟନ୍ତୀ । ଡ଼ଃ ମହତାବ ଥିଲେ ଏକାଧାରରେ ଜଣେ ଲେଖକ,ଐତିହାସିକ,ପ୍ରାବନ୍ଧିକ ତଥା ରାଜନୈତିକ ବ୍ୟକ୍ତି।ସେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବରେ ୧୯୪୬-୫୦ ଯାଏଁ କାମ କରିବା ସହିତ ଭାରତୀୟ ଜାତୀୟ କଂଗ୍ରେସ ନେତା ଥିଲେ ।ସେ ଉତ୍କଳ କେଶରୀ ନାମରେ ମଧ୍ୟ ଜଣାଶୁଣା ।

ହରେକୃଷ୍ଣ ମହତାବ ଓଡ଼ିଶାର ଭଦ୍ରକ ଜିଲ୍ଲାର ଆଗରପଡାଠାରେ ୨୧ ନଭେମ୍ବର, ୧୮୯୯ରେ ଜନ୍ମ ନେଇଥିଲେ । ତାଙ୍କ ପିତାଙ୍କ ନାମ ଥିଲା କୃଷ୍ଣ ଚରଣ ମହତାବ ଓ ମାତାଙ୍କ ନାମ ତୋହଫା ଦେବୀ । ଭଦ୍ରକ ହାଇସ୍କୁଲରୁ ମାଟ୍ରିକ ପଢ଼ା ପରେ ସେ କଟକର ରେଭେନ୍ସା କଲେଜରେ ନାମ ଲେଖାଇଥିଲେ, କିନ୍ତୁ ସେଠାରୁ ସେ ୧୯୨୧ରେ ପାଠପଢ଼ା ଛାଡ଼ି ସ୍ୱାଧୀନତା ଆନ୍ଦୋଳନରେ ଭାଗ ନେଇଥିଲେ ।

୧୯୨୩-୨୪ରେ ହରେକୃଷ୍ଣ ଓଡ଼ିଶା ପ୍ରଜା ଆନ୍ଦୋଳନର ନେତୃତ୍ୱ ଗ୍ରହଣ କରି କାରାବରଣ କରିଥିଲେ । ୧୯୨୪-୧୯୨୮ ମସିହା ମଧ୍ୟରେ ସେ ବାଲେଶ୍ୱର ଜିଲ୍ଲା ବୋର୍ଡର ଚେୟାରମ୍ୟାନ ଭାବରେ ନିର୍ବାଚିତ ହୋଇଥିଲେ । ୧୯୨୪ ମସିହାରେ ସେ ତତ୍କାଳୀନ ବିହାର-ଓଡ଼ିଶା ପ୍ରଦେଶର ସଭ୍ୟ ରୂପେ ମଧ୍ୟ ନିର୍ବାଚିତ ହୋଇଥିଲେ ।୧୯୩୦-୩୧ରେ ବାଲେଶ୍ୱରର ଇଞ୍ଚୁଡ଼ିଠାରେ ଲବଣ ସତ୍ୟାଗ୍ରହ ଓ ଆଇନ ଅମାନ୍ୟ ଆନ୍ଦୋଳନକୁ ପରିଚାଳନା କରି ଦୁଇଥର କାରାବରଣ କରିଥିଲେ ।

 

Share

Leave a Reply

Your email address will not be published. Required fields are marked *

2 + 5 =